ପାଠପଢ଼ା ଛାଡି ରାସ୍ତାରେ ଛାତ୍ରଛାତ୍ରୀ । ପରୀକ୍ଷା ଆଗରୁ ସାର୍‌ଙ୍କ ବଦଳିକୁ ବିରୋଧ ।

Advertisment

ଗୋପ ରୁଷିପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବି । ପରୀକ୍ଷା ଆଗରୁ ସାର୍‌ଙ୍କ ବଦଳି ହେଲେ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କା ।

ଗୋପ ରୁଷିପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବି । ପରୀକ୍ଷା ଆଗରୁ ସାର୍‌ଙ୍କ ବଦଳି ହେଲେ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କା ।

Teacher transfer protest

Teacher transfer protest Photograph: (Teacher transfer protest)

କନକ ବ୍ୟୁରୋ: ଋଷିପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଦଳି ବାତିଲି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ୱାରା ମାଧବ-ବାଲିଘାଇ ରାସ୍ତା ଅବରୋଧ । ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ୍ ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ,ମାଧବ-ବାଲିଘାଇ ରାସ୍ତାର ଋଷିପଡା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ, ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ରାସ୍ତା ଅବରୋଧ, ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ଗୋପ ବ୍ଲକ ଶିକ୍ଷା ଅଧିକାରୀ ସୁଶୀଳ କୁମାର ବ୍ରହ୍ମା, ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମାନ୍ଧାତାଙ୍କୁ ଶିକ୍ଷାନୁଷ୍ଠାନରୁ ବଦଳି କରାଯାଇଛି ଯାହାକୁ ନେଇ ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଅଭିଯୋଗ କରି ନିରାଶ ହୋଇ ଆଜି ଏପରି ଏକ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜି ସ୍କୁଲ ଖୋଲିବା ମାତ୍ରେ ନୋଡାଲ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମୁଖ୍ୟ ରାସ୍ତାର ସ୍କୁଲ ସମ୍ମୁଖରେ ବସି ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ । ଏଠାରେ ସୂଚନାଯୋଗ୍ୟ ପ୍ରଧାନ ଶିକ୍ଷକଙ୍କ ଅବସର ସମୟ ମାତ୍ର ୪ ମାସ ଥିବା ବେଳେ ଆଗକୁ ମାଟ୍ରିକ ପରୀକ୍ଷା ଥିବା ବେଳେ କାହିଁକି ବଦଳି କରାଗଲା ତାହାକୁ ନେଇ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe