ପ୍ରଶ୍ନପତ୍ର ଲିକ୍ ନେଇ ବିହାରରେ ଉଗ୍ର ହେଲା ଛାତ୍ର ଆନ୍ଦୋଳନ ; ଆଜି ବିହାର ବନ୍ଦ

ବିହାର ଲୋକସେବା ଆୟୋଗ ବା ବିପିଏସସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ନେଇ ତାତିଲେ ଆଶାୟୀ । ଗତକାଲି ବିକ୍ଷୋଭରେ ଆଜି ବିହାର ବନ୍ଦ ଡାକରା । ସେପଟେ ଆଶାୟୀଙ୍କୁ ସମର୍ଥନ କରିବାରୁ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ମାମଲା । 

13bihar

କନକ ବ୍ୟୁରୋ: ବିହାର ପବ୍ଲିକ ସର୍ଭିସ କମିଶନ ବା ବିପିଏସ୍‌ସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଆଶାୟୀଙ୍କ ବିରୋଧ ପ୍ରଦର୍ଶନବେଳେ ବର୍ବରତା ସବୁ ସୀମା ଟିପିଲା ପୋଲିସ । ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା-ସିସିଇ ପୁଣି କରିବାକୁ ପାଟନାରେ ନିଜର ଆନ୍ଦୋଳନ ତୀବ୍ର କରିଛନ୍ତି । ପୁନଃ ପରୀକ୍ଷା ଦାବି କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି । 

ଶୀତୁଆ ସନ୍ଧ୍ୟାରେ ସେମାନଙ୍କୁ ପାଣି ମାଡ଼ କରାଯାଇଛି । ଆଉ ପୋଲିସ ଏଭଳି ବର୍ବରତାକୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି ପ୍ରଶାନ୍ତ କିଶୋର । ଆଶାୟୀଙ୍କ ସହ ବସି ନିଜେ ପ୍ରତିବାଦ କରିଥିଲେ। କେବଳ ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କ ସହ ମିଶି ରାଲିରେ ମଧ୍ୟ କରିଥିଲେ । ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଗତକାଲି ହଜାର ହଜାର ଶିକ୍ଷାର୍ଥୀ ଗାନ୍ଧୀ ମୈଦାନ ନିକଟରେ ଏକାଠି ହୋଇଥିଲେ । ଏହାପରେ ସେମାନେ ଜେପି ଗୋଲାମ୍ବର ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିଲେ । ଯେଉଁଥିରେ ପ୍ରଶାନ୍ତ କିଶୋର ବି ସାମିଲ ହୋଇଥିଲେ । ଅନ୍ୟପଟେ ଆଶାୟୀଙ୍କୁ ଆନ୍ଦୋଳନ ପାଇଁ ଉସକାଇବା ଅଭିଯୋଗରେ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଥାନାରେ ମାମଲା ହୋଇଛି । ଆଜି ଆଶାୟୀ ବିହାର ବନ୍ଦର ଡାକରା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe