ମଧ୍ୟପ୍ରଦେଶରେ ଛାତ୍ରର ଜଘନ୍ୟ କାଣ୍ଡ: ଏକତରଫା ପ୍ରେମରେ ବିଫଳ ହୋଇ ଶିକ୍ଷୟିତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା

ପୁଲିସର ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଛାତ୍ର ଏବଂ ଶିକ୍ଷୟିତ୍ରୀ ପରସ୍ପରକୁ ଦୁଇ ବର୍ଷରୁ ଅଧିକ ସମୟ ଧରି ଜାଣିଥିଲେ ଏବଂ ଛାତ୍ର ଜଣକ ଏକତରଫା ଭାବେ ଶିକ୍ଷୟିତ୍ରୀଙ୍କୁ ପସନ୍ଦ କରୁଥିଲା । ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସ୍ୱାଧୀନତା ଦିବସ ପାଳନ ଅବସରରେ ଶିକ୍ଷୟିତ୍ରୀଙ୍କ ଶାଢ଼ିକୁ ନେଇ ଅଭିଯୁକ୍ତ ଏକ ଅଶାଳୀନ ମନ୍ତବ୍ୟ ଦେଇଥିଲା ।

thumb-

କନକ ବ୍ୟୁରୋ:  ସ୍ତବ୍ଧ କରିଦେବା ଭଳି ଅଘଟଣ ଘଟାଇଲା ଛାତ୍ର । ଜଣେ ୧୮ ବର୍ଷୀୟ ଛାତ୍ର ତା'ର ପୂର୍ବତନ ସ୍କୁଲର ଜଣେ ୨୬ ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି । ଅଭିଯୁକ୍ତ ସୂର୍ଯ୍ୟାଂଶ କୋଚର ବ୍ୟକ୍ତିଗତ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ପୁଲିସ କହିଛି । ଏହି ଘଟଣା ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର କୋତୱାଲି ଥାନା ଅନ୍ତର୍ଗତ ଉତ୍କୃଷ୍ଟ ବିଦ୍ୟାଳୟ ଅଞ୍ଚଳରେ ଘଟିଛି । ସୋମବାର ଅପରାହ୍ଣ ପ୍ରାୟ ୩:୩୦ ସମୟରେ ଅଭିଯୁକ୍ତ ଛାତ୍ର ଜଣକ ଏକ ପେଟ୍ରୋଲ ବୋତଲ ନେଇ ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚିଥିଲା । ଶିକ୍ଷୟିତ୍ରୀ ଜଣକ କିଛି ବୁଝିବା ପୂର୍ବରୁ ଛାତ୍ର ଜଣକ ଅଚାନକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ପୀଡ଼ିତା ଶିକ୍ଷୟିତ୍ରୀଙ୍କ ଶରୀର ୧୦-୧୫ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେ ବିପଦମୁକ୍ତ ଅଛନ୍ତି ।

ଏକତରଫା ପ୍ରେମରୁ ପ୍ରତିଶୋଧ

ପୁଲିସର ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଛାତ୍ର ଏବଂ ଶିକ୍ଷୟିତ୍ରୀ ପରସ୍ପରକୁ ଦୁଇ ବର୍ଷରୁ ଅଧିକ ସମୟ ଧରି ଜାଣିଥିଲେ ଏବଂ ଛାତ୍ର ଜଣକ ଏକତରଫା ଭାବେ ଶିକ୍ଷୟିତ୍ରୀଙ୍କୁ ପସନ୍ଦ କରୁଥିଲା । ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସ୍ୱାଧୀନତା ଦିବସ ପାଳନ ଅବସରରେ ଶିକ୍ଷୟିତ୍ରୀଙ୍କ ଶାଢ଼ିକୁ ନେଇ ଅଭିଯୁକ୍ତ ଏକ ଅଶାଳୀନ ମନ୍ତବ୍ୟ ଦେଇଥିଲା । ଏନେଇ ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିବା ପରେ ଛାତ୍ର ରାଗିଯାଇ ଏଭଳି କାଣ୍ଡ ଘଟାଇଥିଲା ।
ଏସଡିପିଓ ଗୁପ୍ତା କହିଛନ୍ତି, "ଏହା ଏକତରଫା ପ୍ରେମ ଓ ବ୍ୟକ୍ତିଗତ ପ୍ରତିଶୋଧର ମାମଲା । ଅଭିଯୋଗ ପରେ ଛାତ୍ର ଜଣ ରାଗିଯାଇ ଏଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ଯୋଜନା କରିଥିଲା ।  ଅଭିଯୁକ୍ତ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ପୀଡ଼ିତାଙ୍କ ସମ୍ପୂର୍ଣ୍ଣ ବୟାନ ରେକର୍ଡ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଘଟଣାର କିଛି ଘଣ୍ଟା ମଧ୍ୟରେ କୋତୱାଲି ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡୋଙ୍ଗରଗାଓଁ ଥାନା ଅଞ୍ଚଳର କଲ୍ୟାଣପୁର ଗାଁରୁ ଅଭିଯୁକ୍ତକୁ ଗିରଫ କରିଛି । ବର୍ତ୍ତମାନ ତାକୁ ହେପାଜତରେ ରଖାଯାଇ ପଚରାଉଚରା କରାଯାଉଛି ଏବଂ ଘଟଣାର ବିସ୍ତୃତ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe