ଚାକିରି ଦୁର୍ନୀତିର ସିବିଆଇ ତଦନ୍ତ ଦାବି: ସରକାରଙ୍କୁ ଘେରିଲା ଛାତ୍ର ସଂଗଠନ

Advertisment

ଚାକିରି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପସନର କର୍ମକର୍ତ୍ତା। ପୂର୍ବରୁ ଆରଆଇ, ଅମୀନ ଭଳି ପରୀକ୍ଷାରେ ଚାକିରି ବିକ୍ରି ଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲା। ଏବେ ସିବିଆଇ ତଦନ୍ତ ଦାବି କରିଛି।

ଚାକିରି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପସନର କର୍ମକର୍ତ୍ତା। ପୂର୍ବରୁ ଆରଆଇ, ଅମୀନ ଭଳି ପରୀକ୍ଷାରେ ଚାକିରି ବିକ୍ରି ଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲା। ଏବେ ସିବିଆଇ ତଦନ୍ତ ଦାବି କରିଛି।

dc

Photograph: (kanak news)

କନକ ବ୍ୟୁରୋ: ଚାକିରି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପସନର କର୍ମକର୍ତ୍ତା। ପୂର୍ବରୁ ଆରଆଇ, ଅମୀନ ଭଳି ପରୀକ୍ଷାରେ ଚାକିରି ବିକ୍ରି ଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲା। ଏବେ ସିବିଆଇ ତଦନ୍ତ ଦାବି କରିଛି। ଅନ୍ୟପଟେ ଦୁର୍ନୀତି ଗ୍ରସ୍ତ ସଂସ୍ଥାକୁ ପରୀକ୍ଷା କରିବାକୁ କାହିଁକି ସରକାର ଦାୟିତ୍ଵ ଦେଉଛନ୍ତି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ। 

ଚାକିରୀ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଛି ଛାତ୍ର ସଙ୍ଗଠନ ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ୍ । ପୂର୍ବରୁ ଆରଆଇ, ଅମିନ, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପରୀକ୍ଷାରେ ଦୁର୍ନୀତି ହୋଇଥିବା ନେଇ ପ୍ରମାଣ ସହ ଅଭିଯୋଗ ଆଣିଥିଲା ସଂଘ। ଫଳରେ ସରକାର ମେଧା ତାଲିକାରୁ ୩୩୭ ଜଣକୁ ବାଦ ଦେଲେ। ହେଲେ ଆଜିଯାଏଁ ନୂଆ ମେଧା ତାଲିକା କାହିଁକି ପ୍ରକାଶ କରାଯାଉନାହିଁ ବୋଲି ପ୍ରଶ୍ନ କରିଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ୍। ଏଥିସହ ଆସନ୍ତା ୮ ଓ ୯ ତାରିଖରେ ହେବାକୁ ପ୍ରାୟ ୪ଟି ପରୀକ୍ଷା ଗୋଟିଏ ଦିନରେ ନକରିବାକୁ ସରକାରଙ୍କୁ ଜଣାଇଛି। 

ଦୁର୍ନୀତିଗ୍ରସ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇ ଯୁବକଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ସରକାର। ଏଭଳି ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ସରକାର ଆଇଟିଆଇ ଲିମିଟେଡ଼କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇଛନ୍ତି । କିନ୍ତୁ ସେହି ସଂସ୍ଥା ଦୁର୍ନୀତିଗ୍ରସ୍ତ ରିଚ ମାଇଣ୍ଡ ଡିଜିଟାଲ ପ୍ରାଇଭେଟ ଲିମିଟେଡ଼ ହାତକୁ ପରୀକ୍ଷା ଦାୟିତ୍ୱ ଟେକି ଦେଇଥିବା ଅଭିଯୋଗ କରିଛି କଂଗ୍ରେସ । 

ରିଚ୍ ମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଅଭିଯୋଗ 
୨୦୧୯ରେ ବିଆଇଟିଏସ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ 
୨୦୨୩ ଗୁଜରାଟ ପଞ୍ଚାୟତ ସର୍ଭିସ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍  
୨୦୨୪ ଡିସେମ୍ୱରରେ ଦିଲ୍ଲୀରେ ହର୍ଲ ପରୀକ୍ଷାରେ ଜାଲିଆତି ଅଭିଯୋଗ 
ଏକାଧିକ ଥର ପ୍ରଶ୍ନପତ୍ର ଲିକ୍ ମାମଲାରେ ଜେଲ ଯାଇଛନ୍ତି ସଂସ୍ଥା ମାଲିକ

ଏପରି ଦୁର୍ନୀତିଗ୍ରସ୍ତ ସଂସ୍ଥାକୁ କାହିଁକି ପରୀକ୍ଷା ପରିଚାଳନା ସରକାର ଦେଇଛନ୍ତି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ସରକାର ଏ ଦିଗରେ ପଦକ୍ଷପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତେଇ ଦେଇଛି କଂଗ୍ରେସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe