କନକ ବ୍ୟୁରୋ: ସ୍କୁଲ୍‌ ଆସି ଅଚାନକ ଗୁଳିକାଣ୍ଡ ଘଟାଇଲା ଜଣେ ଛାତ୍ର । କେଉଁ କାରଣରୁ ଛାତ୍ର ଜଣକ ଏଭଳି କାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇପାରିନି । ତେବେ ସ୍କୁଲ୍‌ରେ ସମ୍ପୃକ୍ତ ଛାତ୍ରଙ୍କୁ ଭୟଭୀତ କରାଉଥିଲେ ବା ବୁଲି କରୁଥିଲେ ଅନ୍ୟ ଛାତ୍ରମାନେ । ଏହି କାରଣରୁ ଛାତ୍ର ଜଣକ ଏଭଳି ଏକ ନାରକୀୟ କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ଅନୁମାନ କରୁଛି ସ୍ଥାନୀୟ ପୁଲିସ । ଅଷ୍ଟ୍ରିଆ ସ୍ଥିତ ଏକ ସ୍କୁଲ୍‌ରେ ଏଭଳି ଘଟଣା ଘଟିଛି । ଅଷ୍ଟ୍ରିଆର ସ୍ଥାନୀୟ ଗଣମାଧ୍ୟମ ଓ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହାକୁ ନେଇ ସୂଚନା ମିଳିଛି । ଗୁଳିକାଣ୍ଡରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟାଇଥିବା ଛାତ୍ର ମଧ୍ୟ ସାମିଲ ରହିଛି । 

Advertisment

ମଙ୍ଗଳବାରଅଷ୍ଟ୍ରିଆର ଦକ୍ଷିଣ ପୂର୍ବାଞ୍ଚଳରେ ଥିବା ଗ୍ରାଜିଆ ସହରରେ ଅଚାନକ ଜଣେ ଛାତ୍ର ଗୁଳିମାଡ଼ କରିବା କରିବା ଆରମ୍ଭ କରି ଦେଇଥିଲା । ବିଶେଷ କରି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲା ଅଭିଯୁକ୍ତ । ଖବର ମିଳିବା ପରେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାପରେ ସ୍କୁଲ୍‌ ଶୌଚାଳୟରେ ସମ୍ପୃକ୍ତ ଛାତ୍ରଙ୍କ ବି ମୃତଦେହ ଉଦ୍ଧାର କରାଯାଇଛି । ଏହି ଆକ୍ରମଣ ପଛରେ ଛାତ୍ରଙ୍କ କଣ ଉଦ୍ଦେଶ୍ୟ ଥିଲା ତାହା ସ୍ପଷ୍ଟ ହୋଇପାରିନି । ତେବେ ସମ୍ଭବତଃ ଛାତ୍ର ଜଣଙ୍କୁ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଧମକଚମକ ଦେଉଥିଲେ କିମ୍ବା ନିର୍ଯାତନା ଦେଉଥିଲେ ବୋଲି ଅନୁମାନ କରାଯାଉଛି । ଏବେ ଗୁଳିକାଣ୍ଡକୁ ନେଇ ଅନେକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । 

ଏହାକୁ ନେଇ ଅଷ୍ଟ୍ରିଆର ଗ୍ରାଜିଆ ସହର ପୁଲିସ କହିଛି ଯେ ଦିନ ୧୦ଟା ବେଳେ ଗୁଳିକାଣ୍ଡ ବାବଦରେ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଯାଇଥିଲା । ଏହି ଗୁଳିକାଣ୍ଡରେ କିଛି ଛାତ୍ର ଓ ଶିକ୍ଷକ ଗୁରୁତର ଆହତ ବି ହୋଇଛନ୍ତି । ଆହତମାନଙ୍କୁ ହେଲିକପ୍ଟର ମାଧ୍ୟମରେ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଥିଲା ।