କନକବ୍ୟୁରୋ :ଘରୋଇ ସ୍କୁଲର ମହିଳା ଷ୍ଟାଫ ନିଖୋଜ, ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ । ନୟାଗଡ଼ ଚାନ୍ଦପୁର ଥାନା ମଶାଣି ସାହିର ଏକ ଘରୋଇ ସ୍କୁଲରୁ ଏଭଳି ଖବର ସାମ୍ନାକୁ ଆସିଛି । ମହିଳା ଜଣକ କେରଳ ଥିରୁଅନନ୍ତପୁରମର ଶିବା ପ୍ରିୟା ବୋଲି ଜଣାପଡିଛି । ଶିବା ପ୍ରିୟା ନିଜ ସ୍ବାମୀଙ୍କ ସହ ୫ ବର୍ଷ ହେବ ଏଠାରେ ରହି ଘରୋଇ ସ୍କୁଲରେ ଚାକିରୀ କରୁଥିଲେ ।
ଶିବା ପ୍ରିୟା ଅଫିସ ଷ୍ଟାଫ୍ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ବାମୀ ସ୍କୁଲର ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ରାତିରୁ ସେ ରହୁଥିବା ଭଡ଼ାଘରୁ ନିଖୋଜ ହୋଇଯାଇଛନ୍ତି । ବହୁ ଖୋଜାଖୋଜି ପରେ ମଧ୍ୟ ମହିଳା ଷ୍ଟାଫ୍ ଜଣଙ୍କର ପତ୍ତା ମିଳୁନାହିଁ । ଏନେଇ ଚାନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/wFnhwps4prxUX7ybx6Wx.jpg)