ଡି.ଏ.ଭି ପବ୍ଲିକ୍ ସ୍କୁଲ, କାଂସବାହାଲରେ ଛାତ୍ର ସଂସଦର ଶପଥ ସମାରୋହ କାର୍ଯ୍ୟକ୍ରମ

Advertisment

ମୁଖ୍ୟ ଅତିଥି ନିଜ କର କମଳରେ ଡି.ଏ.ଭି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କଲେ । ଏହା ପରେ ଡ଼ି.ଏ.ଭି ଗାନ କରାଯାଇଥିଲା । ରୋହିତ ମାଇତି ଏବଂ ବୈଶାଖୀ ବାରିକ ୨୦୨୫-୨୬ କ୍ୟାବିନେଟ୍ ଅଧିବେଶନ ପାଇଁ ଯଥାକ୍ରମେ ନୂତନ ହେଡ୍ ବଏ ଏବଂ ହେଡ୍ ଗାର୍ଲ୍ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ ।

ମୁଖ୍ୟ ଅତିଥି ନିଜ କର କମଳରେ ଡି.ଏ.ଭି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କଲେ । ଏହା ପରେ ଡ଼ି.ଏ.ଭି ଗାନ କରାଯାଇଥିଲା । ରୋହିତ ମାଇତି ଏବଂ ବୈଶାଖୀ ବାରିକ ୨୦୨୫-୨୬ କ୍ୟାବିନେଟ୍ ଅଧିବେଶନ ପାଇଁ ଯଥାକ୍ରମେ ନୂତନ ହେଡ୍ ବଏ ଏବଂ ହେଡ୍ ଗାର୍ଲ୍ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ ।

Student oath taking ceremony

Photograph: (Kanak News)

କନକ ବ୍ୟୁରୋ : ଡି.ଏ.ଭି ପବ୍ଲିକ୍ ସ୍କୁଲ, କାଂସବାହାଲରେ ଛାତ୍ର ସଂସଦର ଶପଥ ସମାରୋହ ଅତି ଉତ୍ସାହର ସହିତ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ଉପଖଣ୍ଡର ଉପ-ବିଭାଗୀୟ ପୋଲିସ ଶ୍ରୀଯୁକ୍ତ ବିଭୂତି ଭୂଷଣ ଭୋଇ ଏବଂ ସମ୍ମାନିତ ଅତିଥି ରୂପେ ଏଲ୍‌ ଆଣ୍ଡ ଟିର ବରିଷ୍ଠ ମ୍ୟାନେଜର, ଏକ୍ଜିକ୍ୟୁସନ ଶ୍ରୀଯୁକ୍ତ ବିଭୁଦତ୍ତ ଦାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ନିଜ କର କମଳରେ ଡି.ଏ.ଭି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କଲେ । ଏହା ପରେ ଡ଼ି.ଏ.ଭି ଗାନ କରାଯାଇଥିଲା । ରୋହିତ ମାଇତି ଏବଂ ବୈଶାଖୀ ବାରିକ ୨୦୨୫-୨୬ କ୍ୟାବିନେଟ୍ ଅଧିବେଶନ ପାଇଁ ଯଥାକ୍ରମେ ନୂତନ ହେଡ୍ ବଏ ଏବଂ ହେଡ୍ ଗାର୍ଲ୍ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହା ସହିତ ବିଦ୍ୟାଳୟର ଚାରୋଟି ଗୃହରୁ ନୀଳ (ସୌମ୍ୟ) ତୁଷାର ବେହେରା, ରୁପାଲି ମହାପାତ୍ର, ରାଜ ଲାକ୍ରା, ପ୍ରଜ୍ଞା ଜ୍ୟୋତି ସିଂହ, ସବୁଜ (ସମୃଦ୍ଧି) ତୁଷାରକାନ୍ତ ଜଗଦେବ, ଆକାଂକ୍ଷୀ ତିୱାରୀ, ବିକାଶ ବାର୍ଲା, ଦୀକ୍ଷା ସିଂ, ଲାଲ୍ (ଶକ୍ତି) ଗୌରବ ବରାଳ, ଅର୍ଚ୍ଚିତା ପ୍ରଧାନ, ଅତିଶ ଲାକ୍ରା, ତ୍ରିପ୍ତି ଟିକ୍ଗା, ହଳଦିଆ (ଶୌର୍ଯ୍ୟ)  ରୁଦ୍ର ନାରାୟଣ ନାୟକ, ଲକ୍ଷ୍ମୀପ୍ରିୟା ସେନା, ଅମିନ୍ ମିଞ୍ଜ, ଆଲେସ୍କିଆ ବାରା, କ୍ରୀଡା କ୍ୟାପଟେନ ଏମ୍. ଡି. ଜୁନେଦ୍ ଅନସାରୀ, ସାହିତ୍ୟିକ କ୍ୟାପଟେନ ଶ୍ରେୟା ମହାପାତ୍ର ଏବଂ ସାଂସ୍କୃତିକ କ୍ୟାପଟେନ କିରଣ ସାହୁ ଛାତ୍ର ପ୍ରତିନିଧି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ ।

ଏହି ଅବସରରେ ଶିକ୍ଷାର୍ଥୀମାନେ ଏକ ଶକ୍ତିଶାଳୀ ପ୍ୟାରେଡ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ପ୍ରଦାନ ପୂର୍ବକ ସେମାନଙ୍କୁ ଶୃଙ୍ଖଳିତ ହେବାକୁ ଏବଂ ଜଣେ ସଫଳ ନେତା ହେବାକୁ ପରାମର୍ଶ ଦେଇଥିଲେ । ଭବିଷ୍ୟତର ନେତାମାନଙ୍କୁ ଆଶୀର୍ବାଦ ଦେବା ପାଇଁ ସେ ସମସ୍ତ କର୍ମଚାରୀଙ୍କୁ ପ୍ରେରଣା ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ । ବ୍ଳକ୍ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଏବଂ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷାର୍ଥୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଶିକ୍ଷାର୍ଥୀ ରାଜବୀର ସିଂ ଏବଂ ଅନନ୍ୟା ପ୍ରସାଦ ଏହି ଉତ୍ସବକୁ ମଞ୍ଚସ୍ଥ କରିଥିଲେ ।

ଏହିପରି ଭାବରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ରଙ୍କ ମାର୍ଗଦର୍ଶନ ଏବଂ ସମସ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ, ଶିକ୍ଷାର୍ଥୀଙ୍କ ସଫଳ ଯୋଗଦାନ ଦ୍ୱାରା ଆଜିର ଛାତ୍ର ସଂସଦ ଶପଥଗ୍ରହଣ ସମାରୋହର କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe