ମହାନଦୀରେ ବୁଡ଼ି ଛାତ୍ର ନିଖୋଜ : ଗତକାଲି ନଈରେ ଗୋଡ଼ ଧୋଇବା ବେଳେ ଖସିଯାଇଥିଲା ଗୋଡ଼

କଟକ ଶିଖରପୁର କାଳୀ ମନ୍ଦିର ନିକଟରେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ଶିଖରପୁର ଗଉଡ଼ ସାହିର ପ୍ରଭୁଦତ୍ତ ସେନାପତି ।

Mahanadi

Mahanadi Photograph: (KanakNews)

କନକ ବ୍ୟୁରୋ : ମହାନଦୀରେ ନିଖୋଜ ସ୍କୁଲ ଛାତ୍ର । କଟକ ଶିଖରପୁର କାଳୀ ମନ୍ଦିର ନିକଟରେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ଶିଖରପୁର ଗଉଡ଼ ସାହିର ପ୍ରଭୁଦତ୍ତ ସେନାପତି । ସୂଚନା ଅନୁସାରେ ମଙ୍ଗଳବାର ନଦୀରେ ଗୋଡ଼ ଧୋଇବାକୁ ଯାଇଥିବା ବେଳେ ଛାତ୍ରଙ୍କର ଗୋଡ଼ ଖସିଯାଇଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ହେଲେ ଛାତ୍ରଙ୍କ କୌଣସି ଖବର ମିଳିପାରିନାହିଁ । ଛାତ୍ର ଜଣକ ଗୁରୁ ନାନକ ପବ୍ଲିକ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe