କନକ ବ୍ୟୁରୋ : ମହାନଦୀରେ ନିଖୋଜ ସ୍କୁଲ ଛାତ୍ର । କଟକ ଶିଖରପୁର କାଳୀ ମନ୍ଦିର ନିକଟରେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ଶିଖରପୁର ଗଉଡ଼ ସାହିର ପ୍ରଭୁଦତ୍ତ ସେନାପତି । ସୂଚନା ଅନୁସାରେ ମଙ୍ଗଳବାର ନଦୀରେ ଗୋଡ଼ ଧୋଇବାକୁ ଯାଇଥିବା ବେଳେ ଛାତ୍ରଙ୍କର ଗୋଡ଼ ଖସିଯାଇଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ହେଲେ ଛାତ୍ରଙ୍କ କୌଣସି ଖବର ମିଳିପାରିନାହିଁ । ଛାତ୍ର ଜଣକ ଗୁରୁ ନାନକ ପବ୍ଲିକ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି ।
ମହାନଦୀରେ ବୁଡ଼ି ଛାତ୍ର ନିଖୋଜ : ଗତକାଲି ନଈରେ ଗୋଡ଼ ଧୋଇବା ବେଳେ ଖସିଯାଇଥିଲା ଗୋଡ଼
କଟକ ଶିଖରପୁର କାଳୀ ମନ୍ଦିର ନିକଟରେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ଶିଖରପୁର ଗଉଡ଼ ସାହିର ପ୍ରଭୁଦତ୍ତ ସେନାପତି ।
/kanak/media/media_files/2025/09/03/mahanadi-2025-09-03-08-47-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)