ଯାଜପୁର ଖରସ୍ରୋତା ନଦୀକୁ ଡେଇଁ ଛାତ୍ର ନିଖୋଜ ଘଟଣା, ତନ୍ତୀଘାଇ ଠାରୁ ଉଦ୍ଧାର ହେଲା ମୃତଦେହ

ଦୁଇ ଦିନ ତଳେ ନଦୀକୁ ଡେଇଁ ପଡ଼ିଥିଲେ ଛାତ୍ର । ଯାଜପୁର ଏନସି କଲେଜର ବିସିଏ ଛାତ୍ର ସୃତି ରଞ୍ଜନ ଜେନା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

10

କନକ ବ୍ୟୁରୋ : ଖରସ୍ରୋତା ନଦୀର ତନ୍ତିଘାଇ ଠାରୁ ଉଦ୍ଧାର ହେଲା କଲେଜ ଛାତ୍ରଙ୍କ ମୃତଦେହ । ଦୁଇ ଦିନ ତଳେ ନଦୀକୁ ଡେଇଁ ପଡ଼ିଥିଲେ ଛାତ୍ର । ଯାଜପୁର ଏନସି କଲେଜର ବିସିଏ ଛାତ୍ର ସୃତି ରଞ୍ଜନ ଜେନା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା ମିଳିନଥିଲା । ଆଜି ସକାଳୁ ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ ବାହିନୀ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe