କନକ ବ୍ୟୁରୋ : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ଆଡଭାଇଜରି । ଆଜି ଅପରାହ୍ନ ୪ଟାରେ ବସିବ ଆଭ୍ୟନ୍ତରୀଣ କମିଟି ବୈଠକ । କାର୍ଯ୍ୟକ୍ଷେତ୍ରରେ ପ୍ରଫେସନାଲ ଭାଲ୍ୟୁ, ମୋରାଲ ଭାଲ୍ୟୁ ପାଳନ କରିବା ପାଇଁ ଆଡଭାଇଜରି ଜାରି କରିଛନ୍ତି କୁଳପତି । ଛାତ୍ରଛାତ୍ରୀଙ୍କୁ ନିଜର ପୁଅ ଝିଅ ତଥା ଭାଇ ଭଉଣୀ ପରି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି । ଯଦି ଛାତ୍ରଛାତ୍ରୀଙ୍କୁ କୌଣସି କ୍ଷେତ୍ରରେ ଅସୁବିଧା ହୁଏ ବା ନିର୍ଯାତନାର ଶିକାର ହୁଅନ୍ତି, ତେବେ ଅବିଳମ୍ବେ ଅଭିଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ପରେ ଏବେ ଗୋଟିଏ ପରେ ଗୋଟିଏ କଲେଜର ଅଧ୍ୟାପକଙ୍କ କଳା କାରନାମା ପଦାକୁ ଆସୁଛି । ଗିରଫ ହୋଇଛନ୍ତି ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ ଏଜୁକେସନ୍ ବିଭାଗ ଅଧ୍ୟାପକ ଗୋପୀକାନ୍ତ ସୁନା । ସମ୍ବଲପୁର ମହିଳା ଥାନାରେ ଜଣେ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଗୋପୀକାନ୍ତ ସୁନାଙ୍କୁ ଗିରଫ କରାଯାଇଛି । ସାର୍ ସୁନାଙ୍କୁ ପ୍ରଥମେ ଗିରଫ ଓ ପରେ ନିଲମ୍ବିତ କରାଯାଇଛି । ଛାତ୍ରୀଙ୍କ ଅଭିଯୋଗ, ଅଧ୍ୟାପକ ଗୋପୀକାନ୍ତ ସୁନା ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରେ ବାହା ହେବାକୁ ମନା କରିଥିଲେ ।