ଛାତ୍ରୀଙ୍କୁ ଦୁଷ୍କର୍ମ, ବଢ଼ୁଛି ଆକ୍ରୋଶ: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ

Advertisment

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ବଢ଼ୁଛି ଆକ୍ରୋଶ । ପୀଡିତାଙ୍କୁ ନ୍ୟାୟ ଦେବା ଦାବି ଆନ୍ଦୋଳକୁ ଓହ୍ଲାଇଛନ୍ତି ଡାକ୍ତରୀ ଛାତ୍ର । ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ବି ପ୍ରତିବାଦ କରିଛନ୍ତି ।

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ବଢ଼ୁଛି ଆକ୍ରୋଶ । ପୀଡିତାଙ୍କୁ ନ୍ୟାୟ ଦେବା ଦାବି ଆନ୍ଦୋଳକୁ ଓହ୍ଲାଇଛନ୍ତି ଡାକ୍ତରୀ ଛାତ୍ର । ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ବି ପ୍ରତିବାଦ କରିଛନ୍ତି ।

ewe

Photograph: (kanak news)

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ବାରମ୍ବାର ଏଭଳି ଅମାନୁଷିକ କାଣ୍ଡ ଘଟୁଥିବାରୁ ତାତିଛନ୍ତି ଜନତା । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ସଂଗଠନ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । କୋଲାକାତାରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ନେଇ ବଢ଼ୁଛି ଆକ୍ରୋଶ । 

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ବଢ଼ୁଛି ଆକ୍ରୋଶ । ପୀଡିତାଙ୍କୁ ନ୍ୟାୟ ଦେବା ଦାବି ଆନ୍ଦୋଳକୁ ଓହ୍ଲାଇଛନ୍ତି ଡାକ୍ତରୀ ଛାତ୍ର । ରାଜନୈତିକ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ବି ପ୍ରତିବାଦ କରିଛନ୍ତି । ପଶ୍ଚିମବଙ୍ଗର ସରକାର, ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ଅଭିଯୋଗ ଆଣିଛନ୍ତି। ଓଡ଼ିଆ ଝିଅ ଦୁଷ୍କର୍ମ ଘଟଣାକୁ ନେଇ ମହିଳା କମିସନ ଅଧ୍ୟକ୍ଷା ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି। ପୀଡ଼ିତାଙ୍କ ସହ କଥା ହେବା ସହ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି । 

ସାରାଦେଶରେ ଏହି ଘଟଣାକୁ ନିନ୍ଦା କରାଯାଉଛି । ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପିସିସି ସଭାପତି । ପଶ୍ଚିମବଙ୍ଗ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଲେଶ୍ବର ବିଜେପି ସାଂସଦ । ଅନ୍ୟପଟେ ଏହି ଘଟଣା ପରେ ଚିହିଁକି ଉଠିଛନ୍ତି ମମତା ବାନାର୍ଜୀ । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ବି ଅଜବ ଯୁକ୍ତି ବାଢ଼ିଛନ୍ତି । 

ଆରଜି କର ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ମନରୁ ନଲିଭୁଣୁ ଆଉ ଜଣେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମର ଶିକାର ହେବା, କେଉଁଠି ନାଁ କେଉଁଠି ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe