ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର: ଦଳ ତାଙ୍କ ସହ ପ୍ରତାରଣା କରିଥିବା କରିଥିଲେ ଅଭିଯୋଗ

ବିଜେଡିରେ ସବୁ ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି । ୨୦ ବର୍ଷ ଦଳ ପାଇଁ କାମ କରିଛି କିଛି ମିଳିଲାନି । ଯେଉଁମାନେ ପାଣ୍ଡିଆନଙ୍କ ଗୁଣଗାନ କରିବେ ତାଙ୍କୁ ପଦବୀ ମିଳିବ । ତେବେ ବିଜେଡିରୁ ବାହାରିବା ପରେ ହରିଶଙ୍କରଙ୍କ ଗତି କେଉଁଆଡେ ରହୁଛି ତାହା ଉପରେ ନଜର ରହିଛି । 

39

Photograph: (KANAK NEWS)

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର ରାଉତ । ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ଦେଲେ ହରିଶଙ୍କର । ପାଣ୍ଡିଆନଙ୍କ ଉପରେ ବି ବର୍ଷିଲେ ଛାତ୍ରନେତା । କହିଲେ, ବିଜେଡିରେ ସବୁ ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି । ୨୦ ବର୍ଷ ଦଳ ପାଇଁ କାମ କରିଛି କିଛି ମିଳିଲାନି । ଯେଉଁମାନେ ପାଣ୍ଡିଆନଙ୍କ ଗୁଣଗାନ କରିବେ ତାଙ୍କୁ ପଦବୀ ମିଳିବ । ତେବେ ବିଜେଡିରୁ ବାହାରିବା ପରେ ହରିଶଙ୍କରଙ୍କ ଗତି କେଉଁଆଡେ ରହୁଛି ତାହା ଉପରେ ନଜର ରହିଛି । 

କିଛିଦିନ ତଳେ ହରିଶଙ୍କର ସୋସିଆଲମିଡିଆରେ ଅସନ୍ତୋଷ ପ୍ରକାଶ କରିଥିଲେ । ଛାତ୍ର ସଭାପତି ହେବା ନେଇ ବିଜେଡି ତାଙ୍କୁ ବାରମ୍ୱାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କଥା ସେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ତେବେ ତାଙ୍କୁ ଷଡ଼ଯନ୍ତ୍ର କରି ଦବାଇଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି କହିଥିଲେ । ତେବେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe