କନକ ବ୍ୟୁରୋ; କୋରାପୁଟ ଲକ୍ଷ୍ମୀପୁର ପଞ୍ଚଡା ସେବାଶ୍ରମରେ ଛାତ୍ର ରାଗିଂ ଅଭିଯୋଗ । ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ୪ ବଡ଼ କ୍ଲାସ୍ ପିଲା ଗୋଡ଼ ହାତ ବାନ୍ଧି ନିସ୍ତୁକ ମାଡ ମାରିଥିବା ନେଇ ଥାନାରେ ପିରବାର ଲୋକଙ୍କ ଏତଲା । ଏପରିକି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବା କୁ ଧମକ ବି ଦେଇଛନ୍ତି ସିନିୟର। ଅଷ୍ଟମ ଶ୍ରେଣୀର ଛାତ୍ର ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ବର୍ତ୍ତମାନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ର ଜଣକ ଚିକିତ୍ସା ହେଉଛନ୍ତି । ମାଡ଼ ଖାଇବା ପରେ ଛାତ୍ର ଜଣକ ଭୟରେ ହଷ୍ଟେଲରୁ ଲୁଚି ଛପି ଆସି ରାସ୍ତା କଡ଼ରେ ବସି ଥିବା ବେଳେ ଏକ ଅଟୋ ଚାଳକ ଦେଖି ଛାତ୍ର ଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଅନେକ ସମୟରେ ଛାତ୍ରାବାସରୁ ଏଭଳି ଅଭିଯୋଗ ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/25/raging-2025-09-25-12-15-28.jpg)