କନକ ବ୍ୟୁରୋ: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣା ପରେ ଆଭ୍ୟନ୍ତରୀଣ କମିଟି ବୈଠକ । ବିଶ୍ବବିଦ୍ୟାଳୟ ସଭାକକ୍ଷରେ କୁଳପତିଙ୍କ ଅଧ୍ୟକ୍ଷତାରେ ଆଇସିସି ବୈଠକ ଶେଷ ହୋଇଛି । ସହକାରୀ ପ୍ରଫେସର ଗୋପୀକାନ୍ତ ସୁନାଙ୍କ ଯୌନ ନିର୍ଯାତନା ପ୍ରସଙ୍ଗରେ ବୈଠକରେ ସବିଶେଷ ଆଲୋଚନା ହୋଇଛି । 

Advertisment

କେମିତି ଏଭଳି ଘଟଣା ସାମ୍ନାକୁ ନଆସିବ ସେନେଇ ସମୀକ୍ଷା ହୋଇଛି । ବିଶ୍ଵ ବିଦ୍ୟାଳୟ ପରିସରରେ ସଚେତନ କରାଯିବା ସହ ସଚେତନତା ମୂଳକ ବ୍ୟାନର ଲଗାଯିବ । ମାନସିକ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କୁ ସୁଦୃଢ କରାଯିବ ସହ ମାନସ୍ତତ୍ୱବିତ୍ ମାନଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ଆଇସିସି ସେଲ ତରଫରୁ ସୂଚନା ମିଳିଛି ।