ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ବିଶ୍ବକର୍ମା ମୂର୍ତ୍ତି ବିସର୍ଜନବେଳେ ବୁଡିଗଲେ ୨ ଆଇଟିଆଇ ଛାତ୍ର । ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ । ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଦୁଇ ଛାତ୍ର ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି ।

Murti

କନକ ବ୍ୟୁରୋ : ବିଶ୍ବକର୍ମା ମୂର୍ତ୍ତି ବିସର୍ଜନବେଳେ ବୁଡିଗଲେ ୨ ଆଇଟିଆଇ ଛାତ୍ର । ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ । ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଦୁଇ ଛାତ୍ର ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ମୃତ ଦୁଇ ଜଣ ଛାତ୍ର ହେଲେ ବାଦାମପାହାଡ଼ ଅଞ୍ଚଳର ଭଣ୍ଡନ ଗ୍ରାମର ଠାକୁର ସୋରେନ ଓ ଟାଟୋ ଅଞ୍ଚଳ ବଡ଼ଗାଁ ଗ୍ରାମର ଭାଗ୍ୟ ପ୍ରକାଶ ପାତ୍ର । ମୂର୍ତି ଭସାଇବା ବେଳେ ଠାକୁରର ପାଦ ଖସିଯିବା କାରଣରୁ ସେ ପାଣିରେ ପଡିଯାଇଥିଲେ ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ ଭାଗ୍ୟପ୍ରକାଶ ପାଣିକୁ ଡେଇଁ ପଡ଼ିଥିଲେ । ଯାହାଫଳରେ ଦୁଇଜଣ ଯାକ ଧରାଧରି ହୋଇ ପାଣିରେ ବୁଡିଯାଇଥିଲେ। 

ସୂଚନା ଥାଉକି ଗତ ୧୩ ତାରିଖରେ ଗଣେଶ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ବାରିପଦା ସଦରଥାନା ଅଧୀନ ଲକ୍ଷ୍ମୀପୋଷୀ ନିକଟ ସୁବର୍ଣ୍ଣରେଖା କେନାଲରେ ମଧ୍ୟ ସମାନ ଭାବରେ ୨ଜଣ ଓଏଭି ଛାତ୍ର ବୁଡିଯାଇ ପ୍ରାଣ ହରାଇଥିଲେ ।  ୪ଦିନ ବ୍ୟବଧାନରେ ଜିଲ୍ଲାରେ ସମାନ ଭାବରେ ଦୁଇଟି ଘଟଣା ଘଟିବା ନିଶ୍ଚିତ ଭାବରେ ଚିନ୍ତାଜନକ ବିଷୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe