ପୁରୀ ବାଲିହରଚଣ୍ଡୀରେ ପ୍ରେମିକ ଆଗରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ

ବାଲିହରଚଣ୍ଡୀ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ ।  ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ପୁରୀ ପୋଲିସ

23

Photograph: (KANAKNEWS)

କନକବ୍ୟୁରୋ : ବାଲିହରଚଣ୍ଡୀ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ ।  ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ପୁରୀ ପୋଲିସ ।   ସଦର ଥାନା ଆଇଆଇସି ନେତୃତ୍ୱରେ ଗୋଟିଏ ଟିମ ତାର ଫୋନକୁ ଟ୍ରାକ କରି ଗିରଫ କରିଥିବା ସଦର ସିଡିପିଓ ସୂଚନା ଦେଇଛନ୍ତି  ।  

ଏହି ଘଟଣାରେ ଅନ୍ୟ ୨ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।  ଅନ୍ୟଜଣଙ୍କୁ ଧରି ପଚରାଉଚୁରା ଚାଲିଛି ।  ଗତକାଲି ଯୁଵତୀର ଡାକ୍ତରୀ ମାଇନା କରାଯାଇଛି ଆଜି ୪ଜଣଙ୍କର ଡାକ୍ତରୀ ମାଇନ କରାଯିବା ସହ କୋର୍ଟ ଚାଲାଣ କରାଯିବ । ଘଟଣାସ୍ଥଳକୁ ଯାଇଛି ସାଇଣ୍ଟିଫିକ୍ ଟିମ । ଘଟଣାସ୍ଥଳରେ ଟିମ୍ ପହଞ୍ଚି ଛାନଭିନ୍ କରିଛି । ଗଣଦୁଷ୍କର୍ମର ଶିକାର ଯୁବତୀଙ୍କୁ ସାଥୀରେ ନେଇ ଘଟଣାର ଯାଞ୍ଚ କରିଛି ସାଇଣ୍ଟିଫିକ୍ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe