କନକବ୍ୟୁରୋ : ବାଲିହରଚଣ୍ଡୀ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ । ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ପୁରୀ ପୋଲିସ । ସଦର ଥାନା ଆଇଆଇସି ନେତୃତ୍ୱରେ ଗୋଟିଏ ଟିମ ତାର ଫୋନକୁ ଟ୍ରାକ କରି ଗିରଫ କରିଥିବା ସଦର ସିଡିପିଓ ସୂଚନା ଦେଇଛନ୍ତି ।
ଏହି ଘଟଣାରେ ଅନ୍ୟ ୨ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଅନ୍ୟଜଣଙ୍କୁ ଧରି ପଚରାଉଚୁରା ଚାଲିଛି । ଗତକାଲି ଯୁଵତୀର ଡାକ୍ତରୀ ମାଇନା କରାଯାଇଛି ଆଜି ୪ଜଣଙ୍କର ଡାକ୍ତରୀ ମାଇନ କରାଯିବା ସହ କୋର୍ଟ ଚାଲାଣ କରାଯିବ । ଘଟଣାସ୍ଥଳକୁ ଯାଇଛି ସାଇଣ୍ଟିଫିକ୍ ଟିମ । ଘଟଣାସ୍ଥଳରେ ଟିମ୍ ପହଞ୍ଚି ଛାନଭିନ୍ କରିଛି । ଗଣଦୁଷ୍କର୍ମର ଶିକାର ଯୁବତୀଙ୍କୁ ସାଥୀରେ ନେଇ ଘଟଣାର ଯାଞ୍ଚ କରିଛି ସାଇଣ୍ଟିଫିକ୍ ଟିମ୍ ।