କନକ ବ୍ୟୁରୋ : ଚାନ୍ଦବାଲି ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସି ବୁଡ଼ିଗଲେ ଛାତ୍ର । ସକାଳୁ ସକାଳୁ ଶିବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବା ବେଳେ ଘଟିଲା ଅଘଟଣ । ଭଦ୍ରକ ଅଞ୍ଚଳରୁ ୪ ଜଣ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସି ପୋଖରୀରେ ଗାଧୋଉଥିଲେ । ଗୋଡ଼ ଖସିଯିବାରୁ ୪ ଜଣ ପାଣିରେ ବୁଡ଼ି ଯାଇଥିଲେ । ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ୪ ଜଣଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଦେବ୍ରବତ ମିଶ୍ର । ପୁଲିସ ଘଟଣାର ତଦନ୍ତ କରୁଛି ।
ଚାନ୍ଦବାଲିରୁ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସି ବୁଡ଼ିଗଲେ ଛାତ୍ର, ୪ ଉଦ୍ଧାର, ଜଣେ ମୃତ
ସକାଳୁ ସକାଳୁ ଶିବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବା ବେଳେ ଘଟିଲା ଅଘଟଣ । ଭଦ୍ରକ ଅଞ୍ଚଳରୁ ୪ ଜଣ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସି ପୋଖରୀରେ ଗାଧୋଉଥିଲେ ।
/kanak/media/media_files/2025/05/25/c56Bzlpepb0hRlrjh173.jpg)