କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ପରେଡ୍ ପାଇଁ ଯାଉଥିଲେ, ଘଟିଲା ବଡ଼ ଦୁର୍ଘଟଣା । ବାଙ୍କୀ ମାଳବିହାରପୁର ହାଇସ୍କୁଲର ଗାଡ଼ି ଓଲଟି ନବମ ଶ୍ରେଣୀ ଛାତ୍ର ସୌମ୍ୟ ରଂଜନ ବେହେରାଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତମାନେ କଟକ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପରେଡରେ ଭାଗ ନେବାକୁ ସରଣ୍ଡା ପରେଡ୍ ଗ୍ରାଉଣ୍ଡକୁ ଯିବା ବେଳେ ଅଂଶୁପା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ପିକଅପ୍ ଭ୍ୟାନରେ ଅସୁରକ୍ଷିତ ଭାବେ ଛାତ୍ରଛାତ୍ରୀଙ୍କୁ ପରେଡ ଗ୍ରାଉଣ୍ଡକୁ ନିଆଯାଉଥିଲା । ଭ୍ୟାନରେ ଛାତ୍ରଛାତ୍ରୀଙ୍କ ସହ କୌଣସି ଶିକ୍ଷକ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧା ରହିଗଲା ପରେଡ୍ । ପିକ୍ଅପ୍ ଭ୍ୟାନ୍ ଓଲଟି ଛାତ୍ର ମୃତ ।
ଅଧା ରହିଗଲା ପରେଡ୍ । ଆଠଗଡ଼ ଅଂଶୁପା ନିକଟରେ ଓଲଟିଲା ପିକଅପ ଭ୍ୟାନ । ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ୧୨ ଗୁରୁତର ଏସସିବି ସ୍ଥାନାନ୍ତର । ବାଙ୍କି ମାଳବିହାରପୁର ହାଇସ୍କୁଲରୁ ଯାଉଥିଲେ ସରଣ୍ଡା ପରେଡ୍ ଗ୍ରାଉଣ୍ଡ ।
/kanak/media/media_files/2025/01/26/XOdLxsyNdU8ReH3reic9.jpg)