ଅଧା ରହିଗଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର ।

Advertisment

ଅଧା ରହିଗଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିଲେ ଚନ୍ଦ୍ରଶେଖର ମାଝୀ । ସୋର ଡ଼ାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ୩ ଦିନ ତଳେ ଭୋଜି ଖାଇବା କାରଣରୁ ଥିଲେ ଅସୁସ୍ଥ ।

ଅଧା ରହିଗଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିଲେ ଚନ୍ଦ୍ରଶେଖର ମାଝୀ । ସୋର ଡ଼ାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ୩ ଦିନ ତଳେ ଭୋଜି ଖାଇବା କାରଣରୁ ଥିଲେ ଅସୁସ୍ଥ ।

29-student

କନକ ବ୍ୟୁରୋ: ଅଧା ରାହିଗଲା ମାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସୋର ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାରିପଦା ଗାଁର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ ନିକଟସ୍ଥ ଆରୁହାବାଡ଼ ହାଇସ୍କୁଲରେ ପଢନ୍ତି । ଗତ ତିନିଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଚିକେନ ଖାଇଥିଲେ । ସେହିଦିନ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଯାଇଥିଲେ । ମାତ୍ର ପେଟ ବ୍ୟଥା କମିନଥିବା ବେଳେ ଆଜି ପରୀକ୍ଷା ଦେବା ପାଇଁ ବାହାରିବା ବେଳେ ଅଚାନକ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ସୋର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe