କୋଚିଂ ଗଲାନି ଛାତ୍ର : ଯାତ୍ରା ପଡ଼ିଆରୁ ଉଠାଇ ନେଇ ମାଡ଼ ମାରିଲେ ଶିକ୍ଷକ

ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହେଲେ ଛାତ୍ର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । କୋଚିଂ ନଯାଇ ଯାତ୍ରା ଦେଖୁଥିବା ଛାତ୍ରକୁ କୋଚିଂ ସେଣ୍ଟରର ଦୁଇଜଣ ଶିକ୍ଷକ ଉଠାଇ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

coaching center

coaching center Photograph: (KanakNews)

କନକ ବ୍ୟୁରୋ : କୋଚିଂ ନଆସିବାରୁ ଛାତ୍ରକୁ ମାଡ଼ ମାରିଲେ କୋଚିଂ ଶିକ୍ଷକ । ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହେଲେ ଛାତ୍ର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । କୋଚିଂ ନଯାଇ ଯାତ୍ରା ଦେଖୁଥିବା ଛାତ୍ରକୁ କୋଚିଂ ସେଣ୍ଟରର ଦୁଇଜଣ ଶିକ୍ଷକ ଉଠାଇ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଉନ୍ନତ ବିଦ୍ୟାର୍ଥୀ କୋଚିଂ ସେଣ୍ଟରରେ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର କୋଚିଂ ନେଉଥିଲେ। ଦଶହରାରେ ଖଲ୍ଲିକୋଟରେ ରାମାୟଣ ଯାତ୍ରା ହେଉଥିବାରୁ କୋଚିଂ ଯାଇନଥିଲେ। ଶିକ୍ଷକ ତାଙ୍କୁ ଖୋଜାଖୋଜି କରି ରାମାୟଣ ଯାତ୍ରା ପେଣ୍ଡାଲ୍ ପାଖରୁ କୋଚିଂ ସେଣ୍ଟରକୁ ଉଠାଇ ନେଇ ମାଡ଼ ମାରିଥିଲେ । ଉନ୍ନତଙ୍କ ଦେହ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଏନେଇ ଉନ୍ନତଙ୍କ ପରିବାର ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe