ଶିକ୍ଷୟିତ୍ରୀଙ୍କ ଚାପୁଡ଼ାରେ ଶ୍ରବଣ ଶକ୍ତି ହରାଇଲେ ଛାତ୍ରୀ

Advertisment

ଗାନ୍ଧୀନଗର ସେକ୍ଟର ୨୮ରେ ଏକ ଘରୋଇ ସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ପାରୁଲବେନ୍‌ ସ୍କୁଲ ହୋମୱାର୍କ ଶେଷ କରିନଥିବାକୁ ନେଇ ୧୪ ବର୍ଷର ନାବାଳିକା ଛାତ୍ରୀଙ୍କ ଉପରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।

ଗାନ୍ଧୀନଗର ସେକ୍ଟର ୨୮ରେ ଏକ ଘରୋଇ ସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ପାରୁଲବେନ୍‌ ସ୍କୁଲ ହୋମୱାର୍କ ଶେଷ କରିନଥିବାକୁ ନେଇ ୧୪ ବର୍ଷର ନାବାଳିକା ଛାତ୍ରୀଙ୍କ ଉପରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।

madam

madam Photograph: (Google)

ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ରୋଷର ଶିକାର ହୋଇ ଜଣେ କିଶୋରୀ ତାଙ୍କ ଶ୍ରବଣ ଶକ୍ତି ହରାଇଛନ୍ତି। ନବମ ଶ୍ରେଣୀ‌ରେ ପଢ଼ୁଥିବା ଛାତ୍ରୀ ଜଣକ ହୋମୱାର୍କ ଶେଷ କରିନଥିବାରୁ ଶିକ୍ଷୟିତ୍ରୀ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଶିକ୍ଷୟିତ୍ରୀଙ୍କ ଚାପୁଡ଼ାରେ ଛାତ୍ରୀଙ୍କ କର୍ଣ୍ଣ ପରଦା ନଷ୍ଟ ହୋଇଯାଇଥିଲା ଓ ତାଙ୍କ ଶ୍ରବଣ ଶକ୍ତି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ମାମଲାରେ ଗାନ୍ଧୀନଗରର ଏକ କୋର୍ଟ ବିଚାର କରି ଦୋଷୀ ଶିକ୍ଷୟିତ୍ରୀଙ୍କୁ ୩ ବର୍ଷ ୩ ମାସ ଜେଲ ଦଣ୍ଡାଦେଶ କରିବା ସହିତ ୫୦,୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛି। କୋର୍ଟଙ୍କ ରାୟ ୨୦୨୦ ମସିହାରେ ଆରମ୍ଭ ହୋଇଥିବା ଏହି ମାମଲା ଏବଂ ପୀଡିତାଙ୍କ ପରିବାର ନ୍ୟାୟ ପାଇଁ ପାଞ୍ଚ ବର୍ଷର ସଂଘର୍ଷର ପରିସମାପ୍ତି ଘଟାଇଛି।

କୋର୍ଟ ରେକର୍ଡ ଅନୁଯାୟୀ, ଗାନ୍ଧୀନଗର ସେକ୍ଟର ୨୮ରେ ଏକ ଘରୋଇ ସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ପାରୁଲବେନ୍‌ ସ୍କୁଲ ହୋମୱାର୍କ ଶେଷ କରିନଥିବାକୁ ନେଇ ୧୪ ବର୍ଷର ନାବାଳିକା ଛାତ୍ରୀଙ୍କ ଉପରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହା ଛାତ୍ରୀଙ୍କ କାନର ପରଦା ନଷ୍ଟ କରିଦେଇଥିଲା। ଏହାଦ୍ବାରା ଛାତ୍ରୀଙ୍କ ଶ୍ରବଣ ଶକ୍ତି ସବୁଦିନ ପାଇଁ ପ୍ରଭାବିତ ହୋଇଥିବା ଡାକ୍ତର କହିଥିଲେ। ଏହା ବିରୋଧରେ ଛାତ୍ରୀଙ୍କ ପରିବାର ଲୋକ ପୁଲିସରେ ଅଭିଯୋଗ କରିବା ସହିତ ଆଇନଗତ ମାମଲା ଲଢ଼ି ଥିଲେ। ମାମଲାର ଶୁଣାଣି ତୃତୀୟ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ହୋଇଥିଲା। କୋର୍ଟ ଶିକ୍ଷୟିତ୍ରୀ ତାଙ୍କ କ୍ଷମତାର ଅପବ୍ୟବହାର କରିଥିବା ଦର୍ଶାଇବା ସହିତ ଏହାକୁ ଜଣେ ନାବାଳିକାଙ୍କ ବିରୋଧରେ ଅପରାଧିକ କାର୍ଯ୍ୟ ବୋଲି ଦର୍ଶାଇ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe