କନକ ବ୍ୟୁରୋ: ଆସନ୍ତାବର୍ଷରେ ଛାତ୍ର ସଂସଦ ନିର୍ବାଚନ ହେବ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନର ଉଦଘାଟନୀ କାର୍ଯ୍ୟକ୍ରମରେ ଏହି ଘୋଷଣା କରି ଦୀର୍ଘଦିନ ଧରି ଲାଗିରହିଥିଲା ଦ୍ବନ୍ଦ୍ବକୁ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟକ୍ରମରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ରାଜନୀତିକୁ ପ୍ରଭାବିତ କରୁଥିବା ଆଶଙ୍କାରେ ପୂର୍ବ ସରକାର ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଏଥିସହ ଆଗକୁ ଆଉ କେବେ ବି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
- ୬ ବର୍ଷ ଧରି କାହିଁକି ବନ୍ଦ ଥିଲା ନିର୍ବାଚନ?
- ନିର୍ବାଚନ ବନ୍ଦ ପାଇଁ କିଏ ଦାୟୀ?
ଏବେ ୬ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବ । ୨୦୧୭ରେ ଶେଷ ଥର ପାଇଁ ନିର୍ବାଚନ ହୋଇଥିଲା ।
- ୨୦୧୮ରେ ନିର୍ବାଚନ ବନ୍ଦ କରିଥିଲେ ତତ୍କାଳୀନ ସରକାର
- ଅଶାନ୍ତି ସୃଷ୍ଟି ହେଉଥିବା ଦର୍ଶାଇ ନିର୍ବାଚନ ବନ୍ଦ କରିଥିଲେ ନବୀନ ସରକାର
- କ୍ୟାମ୍ପସ କମିଟି ନାଁରେ ରାଜନୀତି ହୋଇଥିଲା
- ଏହାପରେ କରୋନାକୁ ଆଳ କରି ନିର୍ବାଚନ ବନ୍ଦ ରଖାଯାଇଥିଲା
ପୂର୍ବରୁ ଆଇନମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ କରିବାକୁ ଆଶ୍ବାସନା ଦେଇଥିଲେ ବି ଏହା ହୋଇପାରିନଥିଲା । ଏବେ ରାଜ୍ୟର ମୁଖିଆ ଆଗାମୀ ଶିକ୍ଷାବର୍ଷରୁ ଛାତ୍ର ସଙ୍ଗଠନ ନିର୍ବାଚନ ନିୟମିତ ହେବ ବୋଲି ଘୋଷଣା କରିବା ପରେ ବିଭିନ୍ନ ଛାତ୍ର ସଙ୍ଗଠନ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଛାତ୍ରସଂସଦ ନିର୍ବାଚନ ହେବ । ତେଣୁ ପ୍ରଶ୍ନ ଉଠୁଛି...
- ନିୟମିତ ଏବଂ ଶୃଙ୍ଖଳିତ ଛାତ୍ର ସଂସଦ ନିର୍ବାଚନ ହେବ କି?
- ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାନାମା କଡ଼ାକଡ଼ି ପାଳନ ହେବ କି?
- ନିର୍ବାଚନ ବନ୍ଦ ପରେ ବିଶୃଙ୍ଖଳା ବନ୍ଦ ହେଲା କି?
- ନିର୍ବାଚନ ବନ୍ଦ ପାଇଁ ବାହାନା କରିଥିଲେ କି ପୂର୍ବ ସରକାର?
- ନିର୍ବାଚନ ହେଲେ ସୃଷ୍ଟି ହେବେ କି ନୂଆ ନେତୃତ୍ବ?