କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜରାସ୍ତାକୁ ଓହ୍ଲେଇବ ଛାତ୍ର କଂଗ୍ରେସ । ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଧିକାର ଫେରେଇ ଦେବାକୁ ଦାବି କରାଯାଇଛି । ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଆଜି ଛାତ୍ର ସଭାପତିଙ୍କ ନେତୃତ୍ୱରେ ରାଜରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ। ସେପଟେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ ଅରଜିତ ପଟ୍ଟନାୟକ । ରାଜ୍ୟରେ ଓ ଦେଶରେ ଅସ୍ତିତ୍ୱ ନଥିବା ଦଳ କଣ କହିବ ବୋଲି କହିବା ସହ କଟାକ୍ଷ କରିଛନ୍ତି । ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାରଙ୍କ ସବୁ ମନ୍ତ୍ରୀମାନଙ୍କୁ ସାକ୍ଷାତ କରି ଦାବି ରଖିବ ରାଜ୍ୟ ABVP ।