କନକ ବ୍ୟୁରୋ : ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଳା ମା’ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଇନ୍ଦ୍ରାବତୀ ଛାତ୍ରୀ ନିବାସରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଯୁକ୍ତ ୨ ବାଣିଜ୍ୟ ପ୍ରଥମ ବର୍ଷର ଛାତ୍ରୀ ତୋଫାଳି ନାଏକ । ତାଙ୍କ ଘର କଳାହାଣ୍ଡି ଥୁଆମୁଲ ରାମପୁର ବ୍ଳକ ବିରୋକୋଟ ଗାଁରେ । ତେବେ କେମିତି ଯୁକ୍ତ ୨ ଛାତ୍ରୀଙ୍କର ମୃତ୍ୟୁ ହେଲା? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାର ପ୍ରକୃତ କାରଣ ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରୀଙ୍କ ପରିବାର ଲୋକେ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି ।