କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ପୁରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟ କରିଛି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୀଡିତାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ। ବଡ଼ପଡ଼ା ମହାବିଦ୍ୟାଳୟର ଯୁକ୍ତି ତିନି ତୃତୀୟ ବର୍ଷ ଛାତ୍ରୀ କିରାସିନ ଢାଳି ହୋଇ ନିଜକୁ ଜାଳି ଦେଇଛନ୍ତି । ଛାତ୍ରୀ ଜଳିଯିବା ଖବର ଆସିବା ପରେ ତୁରନ୍ତ ହସ୍ତକ୍ଷେପ କରିଥିଲା ରାଜ୍ୟ ପୁଲିସ ।  ମହାନିର୍ଦ୍ଦେଶକ। କେନ୍ଦ୍ରାପଡ଼ା ଏସପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା  ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ଏସପି । ମୃତ ଛାତ୍ରୀଙ୍କ ବାପା-ମାଙ୍କୁ ପଚରାଉଚୁରା କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ପହଁଚି ସରଜମିନ ତଦନ୍ତ କରୁଛନ୍ତି । ମୃତ ଛାତ୍ରୀଙ୍କ ବାପା କହିଛନ୍ତି ପୁରୁଷ ବନ୍ଧୁଙ୍କ ବ୍ଲାକମେଲିଂରେ ଅତିଷ୍ଠ ହୋଇ ଛାତ୍ରୀ ନିଜକୁ ଜାଳି ଦେଇଛନ୍ତି । ସେପଟେ ମାମଲାରେ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ଲିଡ୍ ମିଳିଛି । ମୃତ ଛାତ୍ରୀଙ୍କ ମୋବାଇଲ୍ ସିଜ୍ କରିଛି ପୁଲିସ। ମୋବାଇଲରୁ ହିଁ ସ୍ପଷ୍ଟ ହେବ ଯେ ଛାତ୍ରୀଙ୍କ ପୁରୁଷ ବନ୍ଧୁ କିଏ ? ମୋବାଇଲ ଜବତ ପରେ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି । କାହାକୁ ହୋଇଥିଲା ଶେଷ କଲ, ତା’ର ଯାଞ୍ଚ ଚାଲିଛି । ସେପଟେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।