କନକ ବ୍ୟୁରୋ: ଶିକ୍ଷୟିତ୍ରୀ ଟପିଲେ ନିର୍ଦ୍ଦୟତାର ଲକ୍ଷ୍ମଣରେଖା । ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷୟତ୍ରୀଙ୍କ ଅମାନୁଷିକ ମାଡ଼ । ଅଭିଯୋଗ ନେଇ ଯାଇଥିବା ଅଭିଭାବକଙ୍କୁ ସ୍କୁଲ ଗେଟରୁ ଫେରାଇଦେଲେ ସ୍କୁଲ ପ୍ରିନ୍ସିପାଲ୍ । ପାରାଦୀପର ଏକ ଘରୋଇ ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ଜଣେ ତୃତୀୟ ଶ୍ରେଣୀର ଛାତ୍ର ଗଣିତ ଖାତା ନଦେଖାଇବାରୁ ଶିକ୍ଷୟିତ୍ରୀ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ଲହୁଲୁହାଣ କରିଛନ୍ତି । ଏନେଇ ପରିବାର ଲୋକେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ଛାତ୍ର ଜଣକର ଡାକ୍ତରୀ ମାଇନା କରାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।