କନକ ବ୍ୟୁରୋ: ହେ ସରକାର ମୋ ଗୁହାରୀ ଶୁଣ । ଆମ ବୃଦ୍ଧ ଦମ୍ପତ୍ତିଙ୍କ ଆଡ଼େ ଟିକେ ନଜର ପକାଅ । ସମୟ ସରିସରି ଯାଉଛି, ଯନ୍ତ୍ରଣା ବଢ଼ିବଢ଼ି ଯାଉଛି। ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । ଆଖିରେ ଆଖିଏ ଲୁହ । ମନରେ ଅସରନ୍ତି କୋ ହ। ଦୁଃଖର ପାହାଡ ଏମିତି ଲଦି ହୋଇଯାଇଛି ଏହି ବୃଦ୍ଧ ଦମ୍ପତ୍ତିଙ୍କ ଉପରେ । ଆଶା ଓ ସାହାଯ୍ୟ ଅପେକ୍ଷାରେ ଯେମିତି ଅଟକି ଯାଇଛି ଏମାନଙ୍କ ଜୀବନ । ବାର୍ଦ୍ଧକ୍ୟ ସମୟରେ ଭତ୍ତା ଟଙ୍କା ସାହାର ପାଲଟିଥିଲା। ହେଲେ ଏବେ ଆଉ ସେତକ ମିଳୁନି । ସ୍ୱାମୀଙ୍କୁ ୭୦ ଟପିଲାଣି । ପକ୍ଷାଘାତ ରୋଗରେ ପୀଡ଼ିତ । ସଂପୂର୍ଣ୍ଣ ଶଯ୍ୟାଶାୟୀ । ସ୍ତ୍ରୀ ମଧ୍ୟ ଚାଲିବା ପାଇଁ ଅକ୍ଷମ । ଗୋଡ଼ ଭଙ୍ଗା। ଘୁଷୁରି ଘୁଷୁରି ଯିବା ଆସିବା କରୁଛନ୍ତି। ଆଉ ଏମାନଙ୍କ ଦୁନିଆ କହିଲେ ଏଇ ଦୁଇ ଖରାର ମାଟିଘର। ସାହାର ବୋଲି କେହି ନଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଯେଉଁ ଘର ଖଣ୍ଡିକ ରହିଛି ତା ବି ଭାଙ୍ଗି ରୁଜି ଗଲାଣି। ଉପରେ ଆଜବେଷ୍ଟସ ପଡିଛି ସତ, କାନ୍ଥ ଗୁଡିକ ଏବେ ବି ମାଟି ଅପେକ୍ଷାରେ। କିଏ ଟିକେ ରାନ୍ଧି ଦେଲେ ଖାଆନ୍ତି ନହେଲେ ଉପାସ। ଏମିତି ସଂଘର୍ଷମୟ କାହାଣୀର ହେଉଛି, ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଜୁଣିଆ ଗାଁର ସାନନ୍ଦ ଓ ରବିମଣୀ ପାତ୍ରଙ୍କର। ପିଲାଛୁଆ ନାହାନ୍ତି। ବାର୍ଦ୍ଧକ୍ୟ ସମୟରେ ଭତ୍ତା ଟଙ୍କା ସେମାନଙ୍କ ସାହାରା ପାଲଟିଥିଲା। ୪ ବର୍ଷ ହେବ ଉଭୟ ଦମ୍ପତ୍ତି ଅକାମୀ ହୋଇଯିବାରୁ ଭତ୍ତା ଟଙ୍କା ଉଠାଣ ପାଇଁ ପଡୋଶୀଙ୍କୁ ନେହୁରା ହେବାକୁ ପଡୁଛି। କେବଳ ସେତିକି ନୁହଁ ହଜାର ଟଙ୍କା ଭତ୍ତାରୁ ଅଟୋ ଭଡାରେ ଯାଉଛି ୫୦୦ ଟଙ୍କା।
ସମୟ ସରୁଛି, ଯନ୍ତ୍ରଣା ବଢ଼ୁଛି
ସଂଘର୍ଷ କରିବାକୁ ଆଉ ସାହାସ ନାହିଁ
ପକ୍ଷାଘାତରେ ପୀଡ଼ିତ ୭୦ ବର୍ଷୀୟ ବୃଦ୍ଧ ସାନନ୍ଦ ପାତ୍ର
ଭାଙ୍ଗି ଯାଇଛି ବୃଦ୍ଧା ରବିମଣୀ ପାତ୍ରଙ୍କ ଗୋଡ଼
ଚଳିବାକୁ ଅକ୍ଷମ ଦିବ୍ୟାଙ୍ଗ ଦମ୍ପତ୍ତି
ପାଞ୍ଜ ବର୍ଷ ପୂର୍ବେ ଏମାନେ ଠିକ୍ ଥିଲେ
ମୂଲମଜୁରି କରି ସୁଖେଦୁଃଖେ ଚଳୁଥିଲେ
ବୟସ ବଢ଼ିବା ପରେ ବୃଦ୍ଧ ଦମ୍ପତ୍ତିଙ୍କ ସାହାରା ପାଲଟିଥିଲା ଭତ୍ତା ଟଙ୍କା
ସ୍ୱାମୀଙ୍କୁ ପକ୍ଷାଘାତ, ସ୍ତ୍ରୀ ଦୁର୍ଘଟଣାର ଶିକାର ହେବା ପରେ ବଦଳି ଯାଇଛି ଜୀବନ
ଦଦରା ଘରେ ବନ୍ଦୀ ହୋଇଯାଇଛି ଜୀବନ
ଘୁଷୁରି ଘୁଷୁରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯା'ଆସ କରୁଛନ୍ତି
୪ ବର୍ଷ ହେଲାଣି ଭତ୍ତା ଟଙ୍କା ଆଣିବା ପାଇଁ ସଂଘର୍ଷ
ପରଲୋକଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି
ଅଟୋ ଭଡ଼ା କରି ଭତ୍ତା ପାଇଁ ଗଲେ ଥରକେ ୫ଶହ ଟଙ୍କା ଦେବାକୁ ପଡ଼ୁଛି!
୫ ମାସ ହେଲା ବ୍ୟାଙ୍କ ଯାଇପାରୁନଥିବାରୁ ଆଣିପାରିନାହାନ୍ତି ଭତ୍ତା ଟଙ୍କା
ସବୁ ମାସରେ ସଠିକ୍ ସମୟରେ ଟଙ୍କା ଉଠାଇ ପାରୁନାହାନ୍ତି
ଭତ୍ତା ଟଙ୍କା ଘରେ ଆଣି ଦେବାକୁ ପ୍ରଶାସନ ଓ ସରକାରଙ୍କୁ ଗୁହାରୀ