କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ରାଜକୋଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଯେଉଁ ଉଦ୍ଦେଶ୍ୟରେ ଏହା ଖର୍ଚ୍ଚ କରାଯାଉଛି ତାହା ସାଧନ ହୋଇପାରୁନି । କେଉଁଠି ପ୍ରକଳ୍ପ କାମ ସରିଛି, ଲୋକ ସୁବିଧା ପାଉନାହାନ୍ତି । ତ’ ଆଉ କେଉଁଠି ଅଧାରେ ଅଟକିଛି ପ୍ରକଳ୍ପ ।
ଚିତ୍ରକୋଣ୍ଡା ବ୍ଲକ ବଡ଼ପୋଡ଼ା ଠାରେ ନିର୍ମିତ ମେଗା ପାନୀୟଜଳ ପ୍ରକଳ୍ପ ୨୦୨୨ରେ ୧୭ କୋଟି ୨୫ ଲକ୍ଷ ୩୦ ହଜାର ଟଙ୍କାରେ ନିର୍ମାଣ ହୋଇଥିଲା । ଲକ୍ଷ୍ୟ ଥିଲା ବଡ଼ପୋଡ଼ା ଓ ପାପରମେଟଲା ପଞ୍ଚାୟତର ୨୪ଟି ଗାଁ ଲୋକ ପାଇବେ ବିଶୁଦ୍ଧ ପାଣି । ଏଥିପାଇଁ ଟ୍ୟାପ୍ ବି ଲାଗିଛି । ହେଲେ ଏବେ ମଧ୍ୟ ଟ୍ୟାପ୍ରେ ଆସୁନି ପାଣି । ଗାଁ ଲୋକ ପୂର୍ବ ଭଳି ସେଇ ନଦୀ ନାଳ ଓ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ।
ସେହିପରି ଅଣ୍ଡ୍ରାପାଲି ପଞ୍ଚାୟତରେ ୨୦୨୨ ମାର୍ଚ୍ଚରେ ୪୩ କୋଟି ୧୬ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା ମେଗା ପ୍ରକଳ୍ପ । ୟୁନିକର୍ଣ୍ଣ ଇଣ୍ଡିଆ ଲିମିଟେଡ୍ ନାମକ ଘରୋଇ ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦେଇଥିଲା ମାଲକାନଗିରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ । ହେଲେ କାମ ଅଧା କରି ବନ୍ଦ ରଖିଛି କମ୍ପାନି । ଫଳରେ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ଯୋଡ଼ାଆମ୍ବ, ପଣସପୁଟ, ଅଣ୍ଡ୍ରାପାଲି ଓ ଯନ୍ତ୍ରୀର ୫୮ଟି ଗାଁ । ଯଥାଶୀଘ୍ର ପାନୀୟ ଜଳ ବ୍ୟବସ୍ଥାର ସମାଧାନ କରାନଗଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/mega-drinking-water-project-2025-09-18-18-33-33.jpg)