କନକ ବ୍ୟୁରୋ: ଗାଁ ନିକଟରେ ବେଆଇନ୍ କେଇଲା ସାଇଡିଂକୁ ତୀବ୍ର ବିରୋଧ । ଗାଁରୁ କୋଇଲା ସାଇଡିଂ ନଉଠାଇଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ବରପାଲି ଗ୍ରାମବାସୀ । ବରପାଲି ଗାଁ କଡ଼ରେ ଗଦା ହୋଇ ରହିଛି କୋଇଲା । ଫଳରେ କୋଇଲା ଗୁଣ୍ଡ ଓ ବଡ଼ବଡ଼ ଗାଡ଼ି ଯିବା ଯୋଗୁଁ ଅତିଷ୍ଟ ହୋଇପଡିଲେଣି ସ୍ଥାନୀୟ ଗ୍ରାମବାସୀ ।
ବିନା ଗ୍ରାମସଭାରେ ରେଲୱେ ସାଇଡିଂ ହୋଇଛି। ଏହା ବେଆଇନ୍ ବୋଲି ଦାବି କରି ବାରମ୍ବାର ଧାରଣା ଦେବା ପରେ ଆଜି ବରାପାଲି ଗ୍ରାମବାସୀ ଜିଲ୍ଲପାଳଙ୍କୁ ଭେଟି ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି। ଯଦି ଅତିଶୀଘ୍ର ବନ୍ଦ କରାନଯାଏ ତାହା ହେଲେ ଯେଉଁ ପରିସ୍ଥିତି ଉତ୍ପନ୍ନ ହେବ ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/11/coal-2025-09-11-18-26-53.jpg)