କନକ ବ୍ୟୁରୋ : ୱାକଫ୍ ବିଲ୍‌ର ବିରୋଧରେ ମୁସଲମାନଙ୍କ ମେଳି । କଟକରେ ମସଜିଦରେ ଏକାଠି ହେଲେ ଶତାଧିକ ମୁସଲିମ । ସଂଶୋଧିତ ବିଲରେ ଥିବା କିଛି ନିୟମକୁ ବିରୋଧ କରିଛନ୍ତି ମୁସଲିମ୍‌ । ତେଣୁ ଏହି କିଛି ନିୟମକୁ ସଂଶୋଧନ କରିବାକୁ ଦାବି କରାଯାଇଛି । ସମସ୍ୟାର ସମାଧାନ ନହେଲେ, କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ମୁସଲିମ ।

Advertisment

ଆସନ୍ତା ଶନିବାର ଏହା ବିରୋଧରେ ରାସ୍ତାରେ ପ୍ରତିବାଦ କରିବେ ମୁସଲମାନ । ଏହାସହ କଟକ ଜିଲ୍ଲା ଏସପି ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ । କଟକ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯିବ । ପୂର୍ବରୁ ୩୭୦ ଧାରା, ଟ୍ରିପଲ୍ ତଲାକ୍ ଭଳି ୱାକଫ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାର ମନମାନି କରୁଥିବା ଅଭିଯୋଗ ହୋଇଛି । ସେପଟେ ନବୀନ ପଟ୍ଟନାୟକ ଆଭିମୁଖ୍ୟ ସ୍ପଷ୍ଟ ନକଲେ, ପରବର୍ତ୍ତୀ ପଦକ୍ଷେପ ନେବାକୁ ଧମକ ମଧ୍ୟ ଦେଇଛନ୍ତି ।