ନୂଆପଡା ଉପନିର୍ବାଚନ ପାଇଁ ଧରପଗଡ ଜୋର୍, ସ୍ଥାନୀୟ ମୋହରା ଛକରୁ ଦୁଇ ଲକ୍ଷ ଟଙ୍କା ଜବତ

Advertisment

ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ଏକ ଗାଡିରୁ ମିଳିଲା ଦୁଇ ଲକ୍ଷ ଟଙ୍କା ନଗଦ । ସେପଟେ ଜିଲ୍ଲା ଅବକାରୀ ବିଭାଗର ଘନ ଘନ ଚଢାଉ

ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ଏକ ଗାଡିରୁ ମିଳିଲା ଦୁଇ ଲକ୍ଷ ଟଙ୍କା ନଗଦ । ସେପଟେ ଜିଲ୍ଲା ଅବକାରୀ ବିଭାଗର ଘନ ଘନ ଚଢାଉ

ନୂଆପଡାରୁ ୨ ଲକ୍ଷ ଟଙ୍କା ଜବତ

ନୂଆପଡାରୁ ୨ ଲକ୍ଷ ଟଙ୍କା ଜବତ Photograph: (KanakNews)

କନକ ବ୍ୟୁରୋ:  ନୂଆପଡା ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଧରପଗଡ ଜୋର୍ ଧରିଛି  l ସ୍ଥାନୀୟ ମୋହରା ଛକରୁ ଦୁଇ ଲକ୍ଷ ଟଙ୍କା ଜବତ ହୋଇଛି । ମୋହରା ଛକ ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ  ଏକ ଗାଡି ରୁକଣ୍ଟାବାଞ୍ଜିର ଯାଭେଦ ଖାନଙ୍କ  ପାଖରୁ ଦୁଇ ଲକ୍ଷ ଟଙ୍କା ନଗଦ ମିଳିଥିଲା l ଯାଞ୍ଚ କରିବା ପରେ ସେ ନେଉଥିବା ଟଙ୍କା  ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ l 

ମହାମେଣ୍ଟରେ ଛିଣ୍ଡୁନି ଆସନ ଅଡୁଆ

ତେଣୁ ଟଙ୍କା ଜବତ କରି ଖରିଆର ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ସେହିପରି ଜିଲ୍ଲା ଅବକାରୀ ବିଭାଗ ଘନ ଘନ ଯାଞ୍ଚ କରି ୬୩ଲି ବିଅର୍, ୩୨ଲି ବିଦେଶୀମଦ, ୩୦୧୬ଲି ହାତ ରନ୍ଧା ମଦ,୫୧୯ ଲି ବାହାର ଭାଟି ମଦ ,୪ କେଜି ଗଞ୍ଜେଇ ଏବଂ ୬୭୫୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪୩ ଲକ୍ଷ ୫୭ ହଜାର ଟଙ୍କା ହେବ l ଏହା ସହିତ ତିନୋଟି ବାଇକ୍ ମଧ୍ୟ ଅବକାରୀ ବିଭାଗ ଜବତ କରିଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe