କନକ ବ୍ୟୁରୋ : ବ୍ୟାସନଗରରେ ଓଆରଏସ୍ଙ୍କୁ ଦୁର୍ବ୍ୟବହାର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ । କହିଛନ୍ତି, ଯେଉଁମାନେ ଓଆରଏସ୍ଙ୍କୁ ମାଡ଼ ମାରିଛନ୍ତି, ସେମାନଙ୍କୁ ପାତାଳରୁ ବାହାର କରି ଦଣ୍ଡ ଦିଆଯିବ । ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା , ବ୍ୟବସ୍ଥା ଉପରେ ଆକ୍ରମଣ ସହ ସମାନ । ସରକାରୀ ଅଧିକାରୀଙ୍କ ଉପରେ ହାତ ଉଠାଇବାର ଅଧିକାର କାହାର ନାହିଁ । ତୁରନ୍ତ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍ ଦିଆଯାଉ ।
ସେ ଆହୁରି ମଧ୍ୟ କହିଛନ୍ତି , ସରକାରୀ ଅଧିକାରୀ ନିକଟସ୍ଥ ପୁଲିସ ଥାନାକୁ ଯାଆନ୍ତୁ । ଏପରିକି ସରକାରୀ ଅଧିକାରୀ ଚାହିଁଲେ, ବ୍ୟକ୍ତିଗତ ଭାବେ ମୋତେ ଏଫଆଇଆର୍ କପି ଦେଇପାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ଯଦି କୌଣସି ରାଜନୈତିକ ଲୋକ ଏହା ପଛରେ ଥିବେ, ତାହେଲେ ତାଙ୍କୁ ବି ଦଣ୍ଡ ମିଳିବ । ସଚେତନ ନାଗରିକ ଭାବେ ଅନ୍ୟାୟକୁ ଦୃଷ୍ଟିଗୋଚରକୁ ଅଣାଯାଉ ବୋଲି କହିଛନ୍ତି ସୁରେଶ ପୂଜାରୀ ।