ବଞ୍ଚିପାରିବେନି ଆତଙ୍କବାଦୀ ; ପହଲଗାମର ଘରେ ଘରେ ଖୋଜୁଛନ୍ତି ଯବାନ

ନିରୀହ ପର୍ଯ୍ୟଟକଙ୍କୁ ମାରି ବଞ୍ଚିପାରିବେନି ଆତଙ୍କବାଦୀ । ପହଲଗାମରେ ଘରେ ଘରେ ପଶି ସେନାର ସର୍ଚ୍ଚ ଅପରେସନ । ଶ୍ରୀନଗରରୁ ପାକିସ୍ତାନକୁ ବଡ ବାର୍ତ୍ତା ଦେଲେ ସେନା ମୁଖ୍ୟ । 

ଅଦ୍ୟତନ ହୋଇଛି
pm###

pm### Photograph: (KanakNews)

କନକ ବ୍ୟୁରୋ: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନରେ ଗମ୍ଭୀର ମାହୋଲ ଭିତରେ ବଡ଼ ଆକ୍ସନ ଦେଖିବାକୁ ମିଳିଛି । ଦୁଇ ଦେଶର ସୀମା ଏଲଓସି ନିକଟରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ଗୁଳି ବିନିୟମ ହୋଇଛି । ଏକାଧିକ ପୋଷ୍ଟରେ ଭାରତୀୟ ଯବାନ ପାକିସ୍ତାନ ସେନାକୁ କଡା ଯବାବ ଦେଇଛନ୍ତି । ଭାରତୀୟ ସେନା ପକ୍ଷରୁ ତୋପ ମାଡ କରାଯାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେପଟେ ଲୁଚିରହିଥିବା ୪ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଘରକୁ ଘରକୁ ବୁଲି ଯବାନମାନେ ଯାଞ୍ଚ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଆତଙ୍କବାଦୀମାନେ କାଠୁଆ ଅଞ୍ଚଳରେ ବୁଲୁଥିବାର ଦେଖି ଜଣେ ମହିଳାଙ୍କ ସୂଚନା ଆଧାରରେ ଏନକାଉଣ୍ଟର ଚାଲିଛି । ଆର୍ମିର ରାଷ୍ଟ୍ରୀୟ ରାଇଫଲ ଏବଂ ସ୍ପେଶାଲ ଅପରେସନ ଗ୍ରୁପ୍(ଏସଓଜି) ମିଳିତ ଭାବେ ଏନକାଉଣ୍ଟରରେ ସାମିଲ ହୋଇଛନ୍ତି । ଏବେ ସୁଦ୍ଧା ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ଜାମ୍ମୁ କାଶ୍ମୀର ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe