ଭୁବନେଶ୍ବରରେ ପୋଲିସ ଛାଉଣୀ ; କଂଗ୍ରେସ ବିକ୍ଷୋଭ ପାଇଁ ଜଗିଛନ୍ତି ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

Advertisment

କଂଗ୍ରେସର ବିକ୍ଷୋଭ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବିଧାନସଭାକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ ।  ରାଜଧାନୀରେ ୮୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ।  ରାଜମହଲରୁ ରୂପାଲି ଛକ, ଏଜିରୁ କେଶରୀ ଟକିଜ୍ ରାସ୍ତାରେ ଟ୍ରାଫିକ କଟକଣା । ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ । 

ପୋଲିସ ଛାଉଣୀ

ପୋଲିସ ଛାଉଣୀ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଆଜି ବିଧାନସଭା ଘେରିବ କଂଗ୍ରେସ । ସାରା ରାଜ୍ୟରୁ ସାମିଲ ହେବେ ହଜାର ହଜାର କର୍ମୀ । ଏହା ପୂର୍ବରୁ ଆନ୍ଦୋଳନ ପାଇଁ ରାଜଧାନୀ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା କଂଗ୍ରେସର ଅଭିଯୋଗ। ସୋନପୁର-ବଲାଙ୍ଗିର ମଝିରେ ଥିବା ଟୋଲଗେଟରେ ଅନେକ କଂଗ୍ରେସ କର୍ମୀଙ୍କୁ ଅଟକାଇଛି ପୋଲିସ । ହେଲେ ଯେତେ ସମସ୍ରା ଥିଲେ ବି ଭୁବନେଶ୍ବର ମହାରାଲିରେ ଯୋଗ ଦେବାକୁ କଂଗ୍ରେସ କର୍ମୀଙ୍କୁ ଭିଡିଓ ଜାରି କରି ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । 

କଂଗ୍ରେସର ବିକ୍ଷୋଭ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ହେବା ସହ ରାସ୍ତାକୁ ସିଲ୍‌ କରାଯାଉଛି । ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେନେଇ ଏବେଠୁ ସଜାଗ ହୋଇଛି ପୋଲିସ । ରାଜମହଲରୁ ରୁପାଲି ଛକ, ଏଜିରୁ କେଶରୀ ଟକିଜ୍ ରାସ୍ତାରେ ଟ୍ରାଫିକ କଟକଣା ଲଗାଯାଇଛି । ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe