କନକ ବ୍ୟୁରୋ: ଏଟିଏମ୍ରେ ଟଙ୍କା ସଙ୍କଟ। ସମ୍ୱଲପୁର ସହରର ବିଭିନ୍ନ ଏଟିଏମ୍ରେ ଦେଖିବାକୁ ମିଳିଛି ଅଚଳାବସ୍ଥା । ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହେବା ପରେ,ନିରାଶ ହୋଇ ଫେରୁଛନ୍ତି ଲୋକ । ଆଉଟ୍ସୋର୍ସିଂ ସଂସ୍ଥା କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି ।
ଏଟିଏମ୍ରେ ନାହିଁ ଟଙ୍କା । କେଉଁଠି ସଟର୍ ପଡ଼ିଛି, ତ କେଉଁଠି ଏଟିଏମରେ କାର୍ଡ ପୂରାଇଲେ ‘ବର୍ତ୍ତମାନ ମେସିନ ଟଙ୍କା ଦେବା ପାଇଁ ଅସମର୍ଥ' ବୋଲି ଲେଖା ଆସୁଛି । ସମ୍ବଲପୁର ସହରର ଅଧିକାଂଶ ଏଟିଏମ୍ ଅଚଳ । ଗ୍ରାହକମାନେ ଗୋଟିଏରୁ ଆଉ ଗୋଟିଏ ଏଟିଏମ୍କୁ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି । ଲୋକେ ରେମେଡ଼ ଛକରୁ ଖୋଜି ଖୋଜି ଧନୁପାଲି ଛକ ପର୍ୟ୍ୟନ୍ତ ଯାଉଛନ୍ତି, ହେଲେ କେଉଠି ବି ଏଟିଏମ୍ରୁ ଟଙ୍କା ବାହାରୁନି । ୫ଶହ କିମ୍ୱା ହଜାର ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଗଲେ, କମ୍ ମୂଲ୍ୟର ଟଙ୍କା ଉଠାଣ ହେବ ନାହିଁ, ଆପଣ ଏଟିଏମ୍କୁ ଯାଆନ୍ତୁ ବୋଲି ରୋକଠୋକ୍ ଶୁଣାଇ ଦେଉଛନ୍ତି ବ୍ୟାଙ୍କ କର୍ମଚାରୀ ।
ବ୍ୟାଙ୍କ ଗୁଡ଼ିକ ଏଟିଏମ୍ ପରିଚାଳନା ଭାର ଆଉଟସୋର୍ସିଂ ସଂସ୍ଥାକୁ ଦେଇଥାନ୍ତି । ହେଲେ ଏହି କମ୍ପାନୀ କର୍ମଚାରୀଙ୍କୁ ଦରମା ଦେଇନଥିବାରୁ ଦେଢ଼ମାସ ହେଲା କର୍ମଚାରୀମାନେ ଧର୍ମଘଟ କରିଛନ୍ତି । ଫଳରେ ଏଟିଏମ୍ରେ ଟଙ୍କା ଭର୍ତ୍ତି ହେଉନି, ଆଉ ଗ୍ରାହକ ହଇରାଣ ହେଉଛନ୍ତି ।