ଏ ଦୋକାନ ପାଇଁ ଏତେ ନାଟ : ଆସ ଆସ...ଭାଙ୍ଗ ଦୋକାନ

ଗ୍ରାମର ପୁରୁଷମାନେ ଘରୁ ଟଙ୍କା ଆଣି ଏହି ଦୋକାନ ଗୁଡିକରୁ ମଦ କିଣି ମଦ ପିଇ ହାଟପଦାରେ ଥିବା ପିଣ୍ଡିରେ ମଦ ବୋତଲ ଫିଙ୍ଗି ଘରେ ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ମହିଳାମାନେ

Liquor

Liquor Photograph: (Kanak News)

କନକ ବ୍ୟୁରୋ: ମଦ ବିରୋଧରେ ଗର୍ଜିଲେ ମହିଳା । ଗ୍ରାମର ଶତାଧିକ ମହିଳା, ଅଣ ସ୍ୱୀକୃତିପ୍ରାପ୍ତ ମଦ ଦୋକାନରେ ପଶି ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଲେ । ମଦ ବିରୋଧୀ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ବେନୋରା ପଞ୍ଚାୟତ କଲିବେଢା ଗ୍ରାମରୁ । କଲିବେଢା ଗ୍ରାମରେ ଥିବା କିଛି ଦୋକାନି ବିଗତ ୪ରୁ ୫ବର୍ଷ ହେଲା ମଦ ବ୍ୟବସାୟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ଗ୍ରାମର ପୁରୁଷମାନେ ଘରୁ ଟଙ୍କା ଆଣି ଏହି ଦୋକାନ ଗୁଡିକରୁ ମଦ କିଣି ମଦ ପିଇ ହାଟପଦାରେ ଥିବା ପିଣ୍ଡିରେ ମଦ ବୋତଲ ଫିଙ୍ଗି ଘରେ ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ଏହି ପରିପ୍ରେକ୍ଷୀରେ ଗ୍ରାମର ଶତାଧିକ ମହିଳା ହାଟପଦାରେ ଥିବା ଦୋକାନ ଓ ଘରେ ପଶି ମଦ ବୋତଲ ଆଣି ରାସ୍ତା ଉପରେ ଫଟାଇଥିଲେ । ଆଗାମୀ ଦିନରେ ମଦ ବ୍ୟବସାୟ ବନ୍ଦ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe