କନକ ବ୍ୟୁରୋ: ମଦ ବିରୋଧରେ ଗର୍ଜିଲେ ମହିଳା । ଗ୍ରାମର ଶତାଧିକ ମହିଳା, ଅଣ ସ୍ୱୀକୃତିପ୍ରାପ୍ତ ମଦ ଦୋକାନରେ ପଶି ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଲେ । ମଦ ବିରୋଧୀ ଘଟଣା ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ବେନୋରା ପଞ୍ଚାୟତ କଲିବେଢା ଗ୍ରାମରୁ । କଲିବେଢା ଗ୍ରାମରେ ଥିବା କିଛି ଦୋକାନି ବିଗତ ୪ରୁ ୫ବର୍ଷ ହେଲା ମଦ ବ୍ୟବସାୟ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।
ଗ୍ରାମର ପୁରୁଷମାନେ ଘରୁ ଟଙ୍କା ଆଣି ଏହି ଦୋକାନ ଗୁଡିକରୁ ମଦ କିଣି ମଦ ପିଇ ହାଟପଦାରେ ଥିବା ପିଣ୍ଡିରେ ମଦ ବୋତଲ ଫିଙ୍ଗି ଘରେ ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ଏହି ପରିପ୍ରେକ୍ଷୀରେ ଗ୍ରାମର ଶତାଧିକ ମହିଳା ହାଟପଦାରେ ଥିବା ଦୋକାନ ଓ ଘରେ ପଶି ମଦ ବୋତଲ ଆଣି ରାସ୍ତା ଉପରେ ଫଟାଇଥିଲେ । ଆଗାମୀ ଦିନରେ ମଦ ବ୍ୟବସାୟ ବନ୍ଦ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।