କନକ ବ୍ୟୁରୋ : ଯାତ୍ରା ଜଗିବ ଠେଙ୍ଗା । ଆସନ୍ତାକାଲିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବ ମହାସମର । କିନ୍ତୁ ତା ପୂର୍ବରୁ ଠେଙ୍ଗା ଧରି କଡ଼ା ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ମାଆ ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା କରାଇଛନ୍ତି । ଯାତ୍ରାରେ ଅଶ୍ଲୀଳତାକୁ ପ୍ରଶୟ ଦିଆଯିବନି । ସେପଟେ ବିଏମସି ମଧ୍ୟ ଏନେଇ ସଜାଗ ଥିବା କହିଛି ।

Advertisment

ସହଯୋଗୀଙ୍କ ସହ ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା କରାଇଛନ୍ତି ବିଧାୟକ ବାବୁ ସିଂ । ଏବେ ଏହି ଠେଙ୍ଗା ଜଗିବ ଖଣ୍ଡଗିରି ଯାତ୍ରା । ଯାତ୍ରା ମଞ୍ଚରେ ବନ୍ଦ ହେବ ଅଶ୍ଲୀଳତା । ଅଶ୍ଳୀଳ ନାଚ ହେଲେ ପାହାର ପଡ଼ିବ । ଅଶ୍ଲୀଳ ନାଚକୁ ନେଇ ଅନେକ ହୋହାଲ୍ଲା ପରେ ଏଭଳି ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ବିଧାୟକଙ୍କ ନେତୃତ୍ୱରେ ଗଠିତ ହୋଇଛି ସ୍ୱତନ୍ତ୍ର ଠେଙ୍ଗା ଟିମ୍ । ଆଉ ବାବୁ ସିଂଙ୍କ ସହଯୋଗୀ ମେଳାରେ ଖଣ୍ଡା ଧରି ଜଗିବେ । ବିଶୃଙ୍ଖଳା କଲେ, ଯାତ୍ରା ମଞ୍ଚରେ ନିୟମ ଉଲ୍ଲଂଘନ ହେଲେ, ଶହେ ଠେଙ୍ଗା କାମରେ ଲାଗିବ ବୋଲି ବିଧାୟକ ବାବୁ ସିଂ କହିଛନ୍ତି ।

ଚଳିତବର୍ଷ ଖଣ୍ଡଗିରି ମେଳାର ନାମ, ଐର ଖାରବେଳ ଅନ୍ତର୍ଜାତୀୟ ମହୋତ୍ସବ ନାମରେ ନାମିତ ହେବ । ପବିତ୍ର ମାଘମେଳାରେ କୌଣସି ପ୍ରକାର ବିଶୃଙ୍ଖଳାକୁ ସ୍ଥାନ ଦିଆଯିବନି ବୋଲି ବିଏମସି ପକ୍ଷରୁ କୁହାଯାଇଛି । ପୁରା ପ୍ରଶାସନ ଏନେଇ ସଜାଗ ରହିଛି । ପୂର୍ବ ଅପେକ୍ଷା ଖଣ୍ଡଗିରିରେ ଅଶ୍ଲୀଳତା ଉପରେ ଯଦିଓ ରୋକ ଲାଗିଛି, କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଯେମିତି ସୃଷ୍ଟି ନହୁଏ ସେଥିପାଇଁ ବିଏମ୍‌ସି ପୁରା ସଜାଗ ।

ଖଣ୍ଡଗିରି ଐତିହାସିକ ମହୋତ୍ସବରେ ଏଭଳି ଅଶ୍ଳୀଳ ନୃତ୍ୟକୁ ତୀବ୍ର ବିରୋଧ କରାଯାଇଛି । ଯାତ୍ରା କମିଟି ମଧ୍ୟ ଏନେଇ ସଜାଗ ଅଛି । ଦେଖିବାର କଥା, ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟକୁ ପରିବେଷଣ ନ କରିବା ନିୟମକୁ କେତେ ମାନୁଛନ୍ତି ଯାତ୍ରା ପାର୍ଟି ।

ମର୍ଯ୍ୟାଦାର ସହ ନାଟକ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । ଆସନ୍ତାକାଲିଠୁ ଖଣ୍ଡଗିରିରେ ଜମିବ ଯାତ୍ରା ମହାସମର । ଆଉ ତା ପୂର୍ବରୁ ବିଏମ୍‌ସି ଦେଇଛି ଚେତାବନୀ । ସେପଟେ ଖଣ୍ଡଗିରି ମେଳା ଯାତ୍ରା ମଞ୍ଚରେ ଅଶ୍ଲୀଳତା ବନ୍ଦ କରିବାକୁ ବିଧାୟକ ବାବୁ ସିଂଙ୍କ ନେତୃତ୍ୱରେ ଗଠିତ ହୋଇଛି ସ୍ୱତନ୍ତ୍ର ଠେଙ୍ଗା ଟିମ୍ । ବାବୁ ସିଂ ସହଯୋଗୀଙ୍କ ସହ ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା କରାଇଛନ୍ତି । ଆଉ ବାବୁ ସିଂଙ୍କ ସହଯୋଗୀ ମେଳାରେ ଠେଙ୍ଗା ଧରି ସଜାଗ ରହିବେ । ବିଶୃଙ୍ଖଳା କଲେ, ଯାତ୍ରା ମଞ୍ଚରେ ନିୟମ ଉଲ୍ଲଂଘନ କଲେ ଶହେ ଠେଙ୍ଗା କାମରେ ଲାଗିବ ବୋଲି ବିଧାୟକ ବାବୁ ସିଂ କହିଛନ୍ତି । ଠେଙ୍ଗା ଦେଖାଇ ସାବାଡ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଜେପି ବିଧାୟକ।