କନକ ବ୍ୟୁରୋ : ହୋଲିଖେଳ ସମୟରେ ବିଭିନ୍ନ ସ୍ଥାନରୁ ଅଘଟଣର ଖବର ଆସେ । କେଉଁଠି ଗାଧୋଇବାକୁ ଯାଇ ନଦୀ ବା ପୋଖରୀରେ କିଏ ବୁଡ଼ିଯାଏ ତ କେଉଁଠି ଅତ୍ୟଧିକ ମଦ୍ୟପାନ ଯୋଗୁ ଦୁର୍ଘଟଣା ଘଟେ । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ଅଘଟଣ ଘଟିଲେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ଲୋକ କିଭଳି ଭଲରେ ହୋଲି ଖେଳି ସୁରକ୍ଷିତ ଭାବେ ଘରକୁ ଫେରିବେ ସେନେଇ ପ୍ରସ୍ତୁତି କରିଛି ଅଗ୍ନିଶମ ବିଭାଗ ।
ଭୁବନେଶ୍ୱର- କଟକରେ ୮ଟି ହଟ୍ସ୍ପଟ୍
ପୁର୍ବରୁ ହୋଲି ଖେଳ ସମୟରେ ଯେଉଁଯେଉଁ ସ୍ଥାନରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଛି, ସେହି ସ୍ଥାନ ଉପରେ କଡ଼ା ନଜର ରଖିଛି ଅଗ୍ନିଶମ ବିଭାଗ ।
ଜିଲ୍ଲା ମୁଖ୍ୟାଳୟରେ ମୁତୟନ ରହିବ ସ୍ୱତନ୍ତ୍ର ଟିମ୍
ବ୍ଲକରେ ମୁତୟନ ହେବେ ଅଗ୍ନିଶମ ଅଧିକାରୀ
ସମ୍ବେଦନଶୀଳ ସ୍ଥାନ ଉପରେ ଫୋକସ୍
ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ମୁତୟନ ହେବେ
ଭୁବନେଶ୍ୱରର ବାଙ୍କୁଆଳ, କୁଆଖାଇ, ପୁରୀ କେନାଲ ଓ ବାଲିଅନ୍ତା ସାଇଫନରେ ରହିବ ସ୍ୱତନ୍ତ୍ର ଟିମ । କଟକର ଯୋବ୍ରା, ଦେବୀଗଡ଼ା ଓ ବଡ଼ଖାଇରେ ଟିମ୍ ମୁତୟନ ହେବ ।
ଏହାବାଦ୍ ସ୍କୁବା ଡାଇଭର୍, ପାଓ୍ୱାର୍ ବୋଟ୍, ଲାଇଫ୍ ବୟ, ଲାଇଫ୍ ଜ୍ୟାକେଟ୍, ଅଣ୍ଡର ଓ୍ୱାଟର୍ କ୍ୟାମେରା, ପାଓ୍ୱାରଫୁଲ ଲାଇଟ୍ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଯନ୍ତ୍ରାପାତି ବ୍ୟବହାର କରି ଅଘଟଣର ମୁକାବିଲା କରିବାକୁ ଓଡ଼ିଶା ଅଗ୍ନିଶମ ବିଭାଗ ପ୍ରସ୍ତୁତି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/03/14/YNZ7nFI81Nzt7AjlopR1.jpg)