କନକ ବ୍ୟୁରୋ : ଏଣିକି ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ । ବଜେଟ ଦ୍ବିତୀୟ ଚରଣ ଅଧିବେଶନର ଦ୍ବିତିୟ ଦିନରେ ଆଜି ଲୋକସଭାରେ ଉପସ୍ଥାପନ ହୋଇଛି ପ୍ରସ୍ତାବିତ ବିଲ ।କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ବିଲ ଉପସ୍ଥାପନ କରିଛନ୍ତି । ବିଦେଶୀ ଅଧିନିମୟ ୧୯୪୬.ପାସକୋର୍ଟ ଅଧିନିୟମ ୧୯୨୦,ବିଦେଶୀ ପଞ୍ଜୀକରଣ ଅଧିନିୟମ ୧୯୩୯ ଜାଗା ନେବ ନୂଆ ଆଇନ ।ତେବେ ବିଲ ଉପସ୍ଥାପନ ସମୟରେ ଏହାକୁ ଜୋରଦାର ବିରୋଧ କରିଥିଲା କଂଗ୍ରେସ ।
ବେଆଇନ ପ୍ରବେଶ ରୋକିବାକୁ ଆସିବ ଆଇନ
-ବେଆଇନ ପ୍ରବେଶକାରୀଙ୍କ ଉପରେ କଟକଣା ଲାଗିବ
-ଦେଶର ଇମିଗ୍ରେସନ ଆଇନକୁ ଅଧିକ କଡ଼ା କରାଯିବ
-ଦେଶର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନିଆଯିବ
-ଦେଶକୁ କିଏ ଆସୁଛନ୍ତି କିଏ ବାହାରକୁ ଯାଉଛନ୍ତି ତଥ୍ୟ ରହିବ
-ସମସ୍ତ ବିଦେଶୀଙ୍କ ଦସ୍ତାବିଜ ସ୍ବଚ୍ଛ ଓ ସଠିକ ରଖାଯାଇପାରିବ
-ଡାକ୍ତରଖାନା, ଶିକ୍ଷାନୁଷ୍ଠାନ,କାର୍ୟ୍ୟାଳୟକୁ ଆସୁଥିବା ବିଦେଶୀ, ଇମିଗ୍ରେସନ ଅଧିକାରୀଙ୍କୁ ସମସ୍ତ ତଥ୍ୟ ଦେବେ
-ନିୟମ ଭାଙ୍ଗିଲେ, ପରିଚୟ ବଦଳାଇ ପ୍ରବେଶ କଲେ କଠୋର କାର୍ୟ୍ୟାନୁଷ୍ଠାନ
-ନିୟମ ଉଲ୍ଲଂଘନ କଲେ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା
-ଜାଲ ଦସ୍ତାବିଜ ବ୍ୟବହାର କଲେ ୧୦ଲକ୍ଷ ଜରିମାନା ଓ ୭ବର୍ଷ ଜେଲ
-ଭିସା ଅବଧି ସରିବା ପରେ ରହିଲେ ୩ବର୍ଷ ପର୍ୟ୍ୟନ୍ତ ଜେଲ ଓ ୩ଲକ୍ଷ ଜରିମାନା