କନକ ବ୍ୟୁରୋ : କେନ୍ଦ୍ର ସରକାର ହେଲମେଟ ବ୍ୟବହାରକୁ ନେଇ କଡ଼ା କଟକଣା ଜାରି କରିଛନ୍ତି । ସରକାର କହିଛନ୍ତି କି, ଗାଡ଼ି ଚଳାଇବା ବେଳେ ଚାଳକ କେବଳ ବିଆଇଏସ୍ ସାର୍ଟିଫାଏଡ ହେଲମେଟ୍ ବ୍ୟବହାର କରିବେ । ବିଆଇଏସ୍ ପ୍ରମାଣପତ୍ର ବିନା ହେଲମେଟ୍ ନିର୍ମାଣ ଓ ବିକ୍ରୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି କି, ରାସ୍ତା କଡ଼ରେ ବିକ୍ରି ହେଉଥିବା ଅଧିକାଂଶ ହେଲମେଟ୍ ବିଆଇଏସ୍ ସାର୍ଟିଫାଏଡ ନୁହେଁ । ଯାହା ବାଇକ୍ ଚାଳକଙ୍କ ପାଇଁ ସାଂଘାତିକ ବିପଦ ସୃଷ୍ଟି କରୁଛି । ଏହାସହ ଦୁର୍ଘଟଣା ବେଳେ ଏହି ହେଲମେଟ୍ ଚାଳକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାରେ ବିଫଳ ହେଉଛି, ଫଳରେ ଅନାବ୍ୟଶ୍ୟକ ସ୍ଥଳେ ଚାଳକଙ୍କର ମୃତ୍ୟୁ ହେଉଛି । ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ବିଆଇଏସ୍ ସାର୍ଟିଫାଏଡ ନଥିବା ହେଲମେଟ୍ ବିକ୍ରେତା ଓ ନିର୍ମାଣ କମ୍ପାନୀ ଉପରେ ଚଢାଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।