କନକ ବ୍ୟୁରୋ: ଭାରତରେ ଏଯାଏଁ ଚିହ୍ନଟ ହୋଇ ନାହାନ୍ତି କୌଣସି ମଙ୍କିପକ୍ସ ରୋଗୀ । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ମଙ୍କିପକ୍ସ୍ ସଂକ୍ରମଣ ରୋକିବାକୁ ସମ୍ପୂର୍ଣ୍ଣ ପସ୍ତୁତ ଅଛି ସ୍ୱାସ୍ଥ୍ୟ ବିଭାଗ । ବିମାନବନ୍ଦରରେ ଯାତ୍ରୀମାନଙ୍କର କଡ଼ାକଡ଼ି ଚେକିଂ କରାଯାଉଛି । ପ୍ରଭାବିତ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କଠାରେ ଲକ୍ଷଣ ଥିଲେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଙ୍ଗରୋଧରେ ରଖାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ରବିବାର ଜଣେ ବ୍ୟକ୍ତିଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି । ଡବ୍ଲୁଏଚଓ ଜାରି କରିଥିବା ନିର୍ଦେଶନାମା ଅନୁସାରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଗୁଡିକରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ନ ନଜର ରଖିଛି । ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଲେ ଏହି ରୋଗ ବ୍ୟାପିଥାଏ । ତେଣୁ ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ଦୂରେରେ ରହିବାକୁ ପରାମର୍ଶ ଦିଆଯାଇଛି ।
ମଙ୍କିପକ୍ସ ଲକ୍ଷଣ କ’ଣ?
ମଙ୍କିପକ୍ସ ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ
ମଙ୍କିପକ୍ସର ବିଶେଷ ଲକ୍ଷଣ ଚିକେନପକ୍ସ ଲକ୍ଷଣ ଭଳି ସମାନ
ସଂକ୍ରମିତ ହେଲେ ଶରୀରରେ ନାଲି ଦାଗ ଦେଖାଦେଇଥାଏ
ଶରୀରରେ କଛି ସ୍ଥାନ ଫୁଲିଯିବା ସହ ଦରଜ ହୋଇଥାଏ
ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକ୍କା ଅନୁଭବ ହୁଏ
ଲକ୍ଷଣ ସବୁ ୨ରୁ ୫ ଦିନ ପର୍ଯ୍ୟନ୍ତ ଦେଖାଦେଇଥାଏ
ରୋଗୀ ବ୍ୟବହାର କରୁଥିବା ଜିନିଷ ମାଧ୍ୟମରେ ଭୂତାଣୁ ବ୍ୟାପିଥାଏ
ଭୂତାଣୁ ସଂସ୍ପର୍ଶରେ ଆସିବାର ପ୍ରାୟ ୧୦ ଦିନ ପରେ ରୋଗ ଆରମ୍ଭ ହୁଏ
କ’ଣ କରିବେ, କ’ଣ କରିବେନି ?
ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବେ
ସଂକ୍ରମିତ ରୋଗୀ ବ୍ୟବହାର କରୁଥିବା ଜିନିଷଠାରୁ ଦୂରେଇ ରହିବେ
ଚର୍ମକୁ ଘୋଡ଼ାଇ ରଖିବା ସହ ପଶୁଙ୍କଠାରୁ ଦୂରେଇ ରହିବେ
ବିଶେଷ କରି ମୂଷା ଓ ମାଙ୍କଡ଼ଙ୍କଠାରୁ ଦୂରରେ ରହିବା ଆବଶ୍ୟକ
ସଚେତନ ରହିଲେ ହିଁ ମିଙ୍କିପକ୍ସର ନିରାକରଣ ସମ୍ଭବ