କନକ ବ୍ୟୁରୋ : ଭକ୍ତି ନାଁରେ ଭାଣ୍ଡାମୀ ଚଳିବ ନାହିଁ । ଭଣ୍ଡେଇଥିଲେ ବର୍ତ୍ତିବେ ନାହିଁ । ସରକାର ନେବେ ଦୃଢ କାର୍ଯ୍ୟାନୁଷ୍ଠାନ । ଏମିତି କହି ତଥାକଥିକ ବାବାଙ୍କୁ ସାବଧାନ କରାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଭକ୍ତି ବା ଭଗବାନଙ୍କ ନାଁ ନେଇ ଯିଏ ବ୍ୟାପାର କରୁଛନ୍ତି, ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ । ଓଡ଼ିଶାର ବିଭିନ୍ନ ଜାଗାରୁ ବିବାଦୀୟ ବାବାଙ୍କୁ ନେଇ ଅଭିଯୋଗ ଆସୁଛି । ଏସବୁ ଅଭିଯୋଗକୁ ନେଇ ସଂସ୍କୃତି ବିଭାଗ ଓ ସରକାର ପୂରା ତତ୍ପର ଥିବା କହିଛନ୍ତି ସଂସ୍କୃତି ମନ୍ତ୍ରୀ ।
ଭକ୍ତଙ୍କ ଭାବାବେଗ ସହ ଖେଳ । ନିଜକୁ ଭଗମାନ କହି ଭଣ୍ଡଉଥିଲେ । ପୁଅକୁ ଭଗବାନ ବିଷ୍ଣୁଙ୍କ ଅବତାର କହି ପ୍ରବଚନ ଆଳରେ ଅଲୌକିକ କାହାଣୀ କହୁଥିଲେ ଭଣ୍ଡ ବାବା । ବହିରେ ଲେଖି ଅନୁଗାମୀଙ୍କୁ ବାଣ୍ଟୁଥିଲେ ବୈକୁଣ୍ଠ ଧାମ ଆଶ୍ରମ ବିବାଦୀୟ ବାବା କାଶୀନାଥ ମିଶ୍ର । ସେପଟେ ପୁଅ କଳକୀ ଓରଫ ଅନନ୍ତ ବସାଉଥିଲେ ଦରବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/19/NeVlS3GjeePDy8paHohb.jpg)