Strict Action Ahead for Traffic Violators in Odisha Photograph: (kanak news)
କନକ ବ୍ୟୁରୋ: ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଉଛନ୍ତି କି ? ହେଲମେଟ୍ ନପିନ୍ଧିବାର ଅଭ୍ୟାସ ରହିଛି କି? ଯଦି ଏଭଳି ବେପରୁଆ ଭାବେ ଗାଡି ଚଳାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ। କାରଣ ଏଣିକି ରାଜ୍ୟରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ। ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଓ ଗାଡ଼ିର ରେଜିଷ୍ଟ୍ରେସନ୍ ହେବ ବାତିଲ। ରାଜ୍ୟ ସଡକ ପ୍ରାଧିକରଣ ଏନେଇ ଜାରି କରିଛି ନିର୍ଦ୍ଦେଶନାମା।
ମଦ ପିଇ ଗାଡ଼ି ଚଳାଇବା, ବେଗ ଅତିକ୍ରମ କରିବା, ଦୁର୍ଘଟଣାରେ ମୃତ୍ୟୁ କିମ୍ୱା ଆହତ ଘଟଣାରେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଯିବ ବୋଲି ନିୟମ ରହିଛି। ବାରମ୍ବାର ନିୟମ ଉଲ୍ଲଂଘନ କଲେ ଆର୍ସି ବାତିଲ କରିଦିଆଯିବ ବୋଲି ପରିବହନ ବିଭାଗ କହିଛି। ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବାହନ ଓ ସାରଥି ପୋର୍ଟାଲରେ ତୁରନ୍ତ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସର୍କୁଲାରରେ କୁହାଯାଇଛି।
ଆହୁରି ପଢ଼ନ୍ତୁ : ଭାରତର ଫାର୍ମା ହବ୍ ହେବ ଓଡ଼ିଶା: ଶସ୍ତାରେ ମିଳିବ ଔଷଧ
ଦୁଇଟି ସର୍କୁଲାର ଭିତରୁ ଗୋଟିଏ ୨୫.୮.୨୦୧୫ରେ ଜାରି କରିଥିଲା ରାଜ୍ୟ ସଡକ ପ୍ରାଧିକରଣ। ଆଉ ଅନ୍ୟ ସର୍କୁଲାର ୧୫.୬.୨୦୨୫ରେ ଜାରି ହୋଇଛି। ୧୦ ବର୍ଷ ତଳେ ଜାରି ହୋଇଥିବା ସର୍କୁଲାରରେ ବି ସମାନ କଥା ଲେଖାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ ବୋଲି ଲେଖାଯାଇଛି। କିନ୍ତୁ ଦୁର୍ଭାଗ୍ୟର କଥା ପ୍ରଥମ ସର୍କୁଲାରକୁ ୧୦ ବର୍ଷ ବିତିଯାଇଥିଲେ ବି ନିୟମ ହୋଇପାରୁନି କଡ଼ାକଡ଼ି। ନିୟମ ଉଲ୍ଲଂଘନକାରୀ ବେପରୁଆ ଭାବେ ଚଳାଇଛନ୍ତି ଗାଡ଼ି। କେବଳ ଲାଇସେନ୍ସ ବାତିଲ ନୁହେଁ ବରଂ ସମସ୍ତ ନିୟମକୁ କଡ଼ାକଡ଼ି କରିବା ଦିଗରେ ପରିବହନ ବିଭାଗ କାମ କରୁବୋଲି ବିଶେଷଜ୍ଞ କହିଛନ୍ତି ।
ତେବେ ଏଭଳି ସର୍କୁଲାର ଜାରି ହେବା ପରେ ସଜାଗ ହୋଇଯାଏ ପରିବହନ ବିଭାଗ। କିନ୍ତୁ ଦିନ ପରେ ନିୟମ କେବଳ କାଗଜ କଲମରେ ହିଁ ରହିଯାଏ।
Follow Us