କନକ ବ୍ୟୁରୋ : ଧାରଣାରୁ ଉଠିଲେ ଉଠା ଦୋକାନୀ ସଂଘ। ମେୟରଙ୍କ ସହ ଆଲୋଚନା ପରେ ସଂଘର ୯ରୁ ୮ଟି ଦାବି ମାନିଛନ୍ତି। ଯାହା ପରେ ଧାରଣାରୁ ଓହରିଛନ୍ତି ଉଠା ଦୋକାନୀ ସଂଘ। ବିଏମସି ଉତ୍ତର ଜୋନ ଅଫିସ ଘେରାଉ କରିଥିଲେ ଶହଶହ ଉଠା ଦୋକାନୀ। ଏହା ପରେ ଜେଡିସି ଓ ମେୟର ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ। ଦୋକାନୀଙ୍କ ସହ ଆଲୋଚନା ନକରି ଦୋକାନ ଭଙ୍ଗା ଯିବନି। ପ୍ରଥମେ ଜାଗା ଦେଖାଇବେ। ଯଦି ଜାଗା ବ୍ୟବସାୟ କରିବାକୁ ଯୋଗ୍ୟ ଥିବ, ତାହେଲେ ସେଠାରେ ବ୍ୟବସାୟ କରିବେ ଦୋକାନୀ। ଏହାସହ ଅନ୍ୟାନ୍ୟ ୭ଟି ଦାବି ମଧ୍ୟ ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ମେୟର।..
ରାଜଧାନୀରେ ଧାରଣାରୁ ଉଠିଲେ ଉଠା ଦୋକାନୀ ସଂଘ: ମେୟର ୮ଟି ଦାବି ମାନିନେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ
Advertisment
Follow Us