ଭୁବନେଶ୍ୱର ଗଳି କନ୍ଦିରେ ୩୫୦୦ ରୁ ୪୦୦୦ କିମି ପର୍ଯ୍ୟନ୍ତ ଏରିଆରେ ଗଣନା କରାଯିବ ବୁଲା କୁକୁର : ଚଞ୍ଚଲ ରାଣା

ଚଞ୍ଚଲ ରାଣା କହିଛନ୍ତି  ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ ରହିଛି

କୁକୁର ଗଣତି

କୁକୁର ଗଣତି Photograph: (KanakNews)

କନକ ବ୍ୟୁରୋ:  ଆଜିଠୁ ଆରମ୍ଭ ହୋଇଛି ବୁଲା କୁକୁରଙ୍କ ଗଣନା । ଏନେଇ  ବିଏମସି କମିସନର ଚଞ୍ଚଲ ରାଣା କହିଛନ୍ତି ବୁଲା କୁକୁର ଗଣନା ପାଇଁ ୫ ଲକ୍ଷ ଟଙ୍କାର ବଜେଟ ରହିଛି । କୁକୁର ମାନେ ଚଲା ବୁଲା କରି ରାତିରେ ନିଜ ବାସସ୍ଥଳୀକୁ ଫେରନ୍ତି । ସକାଳ ୭ଟା ପରେ ନିଜ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଆନ୍ତି । ତେଣୁ ଆମେ ୫ ଟାରୁ ୭ଟା ପର୍ଯ୍ୟନ୍ତ ଗଣନା ସମୟ ନିର୍ଦ୍ଧାରିତ କରିଛୁ। ପ୍ରତ୍ୟେକ ସାହି ଓ ୱାର୍ଡରେ ୫ଟି ସଦସ୍ୟକୁ ନେଇ ଗୋଟିଏ ଲେଖାଏଁ ଟିମ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ୪ ଦିନରେ ବୁଲା କୁକୁର ଗଣନା କରିବା ସହ ବୁଲି ଦେଖିବେ ବୋଲି କହିଛନ୍ତି ଚଞ୍ଚଲ ରାଣା ।  

ସେ ଆହୁରି ମଧ୍ୟ କହିଛନ୍ତି  ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଏକ ଟିମ ବୁଲା କୁକୁର ସଂଖ୍ୟାର ବ୍ୟବଧାନ ଯାଞ୍ଚ କରିବେ । ଭୁବନେଶ୍ୱରରେ ଗଳିକନ୍ଦି ସହ ପ୍ରମୁଖ ରାସ୍ତା ମିଶାଇ ୩୫୦୦ ରୁ ୪୦୦୦ କିଲୋମିଟର ଅଞ୍ଚଳ ରହିଛି । ଆମର ମାନବ ସମ୍ବଳ ଥିବାରୁ ଆମେ AI ଟେକ୍ନୋଲୋଜି ବ୍ୟବହାର କରୁନାହୁଁ । ସ୍କୁଲ, ଆପର୍ଟମେଣ୍ଟ, ହାଟ, ବଜାର ଏବଂ ଗାଡି ତଳେ କୁକୁର ମାନେ ଶୋଇ ରହୁଛନ୍ତି ତାକୁ ଆମେ ନଜରରେ ରଖି ଗଣନା କରୁଛୁ । ଭେଟନାରୀ ଡାକ୍ତରଙ୍କ ତତ୍ତ୍ୱବଧାନରେ ବୁଲା କୁକୁରଙ୍କ ଗଣତି ଚାଲିଛି ବୋଲି ସୂଚନା ଦେଇଛନ୍ତି ଚଞ୍ଚଲ ରାଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe