ସୁପ୍ରିମ୍‌କୋର୍ଟରେ ବୁଲା କୁକୁରଙ୍କ ଭାଗ୍ୟ : କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ କୋର୍ଟ , ନିୟନ୍ତ୍ରଣ ପାଇଁ କାହିଁକି ନେଲେନି ପଦକ୍ଷେପ?

Advertisment

ଚଳିତବର୍ଷ ଜୁନ୍ ୩୦ ମଧ୍ୟରେ ୧.୫ ଲକ୍ଷରୁ ଅଧିକ କୁକୁର କାମୁଡ଼ା ମାମଲା ଆସିଲାଣି । ମାସକୁ ୨୦ରୁ ୩୦ ହଜାର କୁକୁର କାମୁଡ଼ା ମାମଲା ଆସୁଛି । କେବଳ ରାଜଧାନୀ ଭୁବନେଶ୍ୱରରେ ୮୫ ହଜାର ବୁଲା କୁକୁର ଅଛନ୍ତି ।

ଚଳିତବର୍ଷ ଜୁନ୍ ୩୦ ମଧ୍ୟରେ ୧.୫ ଲକ୍ଷରୁ ଅଧିକ କୁକୁର କାମୁଡ଼ା ମାମଲା ଆସିଲାଣି । ମାସକୁ ୨୦ରୁ ୩୦ ହଜାର କୁକୁର କାମୁଡ଼ା ମାମଲା ଆସୁଛି । କେବଳ ରାଜଧାନୀ ଭୁବନେଶ୍ୱରରେ ୮୫ ହଜାର ବୁଲା କୁକୁର ଅଛନ୍ତି ।

DOGGO

DOGGO Photograph: (KanakNews)

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଦିଲ୍ଲୀ-ଏନ୍‌ସିଆର ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପାଇଁ ଅଗଷ୍ଟ ୧୧ ତାରିଖରେ ରାୟ ଦେଇଥିଲେ ସୁପ୍ରିମ୍‌କୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଏହାକୁ ନେଇ ପଶୁପ୍ରେମୀଙ୍କ ପ୍ରବଳ ପ୍ରତିକ୍ରିୟା ପରେ ପୁନଃଶୁଣାଣି କରିଛନ୍ତି ତିନି ଜଣିଆ ବୃହତ ଖଣ୍ଡପୀଠ । ଜଷ୍ଟିସ ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଓ ଏନ୍‌ଭି ଅଞ୍ଜରିୟାଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ଶୁଣାଣିବେଳେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯୁକ୍ତି ବାଢ଼ିଥିଲେ ଯେ 

୧- ଛୋଟ ପିଲାଙ୍କୁ ଆକ୍ରମଣ କରୁଛନ୍ତି ବୁଲା କୁକୁର
୨- କୁକୁର କାମୁଡ଼ାରେ ଖଣ୍ଡିଆ ଖାବରା ହେବା ସହ ଜଳାତଙ୍କ ରୋଗରେ ପଡ଼ୁଛନ୍ତି
୩- କୁକୁର ବନ୍ଧ୍ୟାକରଣ ଜଳାତଙ୍କ ରୋଗକୁ ରୋକି ପାରୁନାହିଁ

ପଶୁପ୍ରେମୀଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ 

୧- ବୁଲା କୁକୁରଙ୍କ ଆତଙ୍କ କମାଇବାକୁ ନିୟମ ଥିଲା, କେହି ପାଳନ କରିନାହାନ୍ତି
୨- ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପାଇଁ ଆବଶ୍ୟକ ଆଶ୍ରୟସ୍ଥଳୀ ନାହିଁ
୩- ବୁଲା କୁକୁରଙ୍କୁ ବିଦା କରିବା ନାଁରେ ମାରିବା ପାଇଁ ଛଡ଼ାଯାଇପାରିବ ନାହିଁ

ଦିଲ୍ଲୀ-ଏନ୍‌ସିଆରକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ବୁଲା କୁକୁରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।   

ଓଡ଼ିଶାରେ ବୁଲା କୁକୁର ଆତଙ୍କ  

ଦେଶରେ ସର୍ବାଧିକ ବୁଲା କୁକୁର ଓଡ଼ିଶାରେ ଅଛନ୍ତି
୨୦୧୯ରେ କେନ୍ଦ୍ର ସରକାର ବିଂଶତମ ପଶୁଗଣନା କରିଥିଲେ
ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ୬୦ ହଜାର
ଅର୍ଥାତ୍‌ ରାଜ୍ୟରେ ପ୍ରତି ହଜାରେ ଲୋକରେ ୪୦ ବୁଲା କୁକୁର ଅଛନ୍ତି

ଏହାରି ଭିତରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ହେଉଛି, ଗତ ୨ ବର୍ଷରେ ରାଜ୍ୟରେ ୫ ଲକ୍ଷ ଲୋକଙ୍କୁ କାମୁଡ଼ିଛନ୍ତି ବୁଲା କୁକୁର । ଚଳିତବର୍ଷ ଜୁନ୍ ୩୦ ମଧ୍ୟରେ ୧.୫ ଲକ୍ଷରୁ ଅଧିକ କୁକୁର କାମୁଡ଼ା ମାମଲା ଆସିଲାଣି । ମାସକୁ ୨୦ରୁ ୩୦ ହଜାର କୁକୁର କାମୁଡ଼ା ମାମଲା ଆସୁଛି । କେବଳ ରାଜଧାନୀ ଭୁବନେଶ୍ୱରରେ ୮୫ ହଜାର ବୁଲା କୁକୁର ଅଛନ୍ତି । ବଲାଙ୍ଗୀରରେ କୁକୁର କାମୁଡ଼ାରେ ଦୁଇଟି ମୃତ୍ୟୁ ମାମଲା ଆସିଥିବାବେଳେ ଏହାର ଯାଞ୍ଚ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe