ରାସ୍ତାରୁ ହଟିବେ ବୁଲା ଗାଈଗୋରୁ । ଯୁଦ୍ଧକାଳୀନ ଭିତ୍ତିରେ ନିଆଯିବ ପଦକ୍ଷେପ

ଆଗାମୀ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡିଶାକୁ ଆଗରେ ରଖି ଭୁବନେଶ୍ୱରରୁ ବୁଲା ଗାଈ ଗୋରୁ ଏବଂ ଷଣ୍ଢଙ୍କୁ ହଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେମାନଙ୍କ ପାଇଁ ଅଧିକରୁ ଅଧିକ ଗୋ ଶାଳା ବ୍ୟବସ୍ତା କରାଯାଉଛି ।

gokula

gokula Photograph: (kanaknews)

କନକ ବ୍ୟୁରୋ : ଆଗାମୀ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡିଶାକୁ ଆଗରେ ରଖି ଭୁବନେଶ୍ୱରରୁ ବୁଲା ଗାଈ ଗୋରୁ ଏବଂ ଷଣ୍ଢଙ୍କୁ ହଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେମାନଙ୍କ ପାଇଁ ଅଧିକରୁ ଅଧିକ ଗୋ ଶାଳା ବ୍ୟବସ୍ତା କରାଯାଉଛି । ବନ୍ଦ ହୋଇଥିବା କାଞ୍ଜିଆ ଏବଂ ଗୋ ଶାଳାକୁ ପୁଣି କାର୍ଯ୍ୟକ୍ଷମ କରାଯିବ । ଏହାବାଦ ରାଜ୍ୟବ୍ୟାପି ବିଭିନ୍ନ ସ୍ଥାନରେ ଗୋ ଶାଳା କରିବା ପାଇଁ ଇଛୁକ ବ୍ୟକ୍ତିଙ୍କୁ, ସରକାର ତରଫରୁ ୫୨ ଲକ୍ଷ ଟଙ୍କା ଏବଂ ଭିତିଭୂମି ବାବଦରେ ଦିଆଯିବ । ଏହାସହ ଜମି ଦେବା ପାଇଁ ମଧ୍ୟ ବ୍ୟବସ୍ତା କରୁଛନ୍ତି ସରକାର । ସେଠାରେ ବୁଲା ଗାଈ ଗୋରୁଙ୍କ ଭରଣ ପୋଷଣ ପାଇଁ ମଧ୍ୟ ୨୦ ହଜାର ଟଙ୍କା ଦେବାକୁ ସରକାର ନିଷ୍ପତି ନେଇଛନ୍ତି...

ସରକାରଙ୍କ ଏହି ନିଷ୍ପତ୍ତି ଯଦି ସଠିକ୍ ଭାବେ କାର୍ଯ୍ୟକାରୀ ହୁଏ ତେବେ ଗାଇ ଗୋରୁଙ୍କ ଦ୍ୱାରା ଘଟୁଥିବା ସଡକ ଦର୍ଘଟଣା କମିବ । ଏପରି ଅନେକ ନଜିର୍ ରହିଛି । ଗାଇ ଗୋରୁ ଗାଡି ଆଗରେ ପଶିଯିବା କାରଣରୁ ବଡ ଦୁର୍ଘଟଣା ଘଟିଥାଏ । ଲୋକଙ୍କ ଜୀବନ ହାନି ହେବା ସହ ଗାଇଁ ଗୋରୁଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ । ତେଣୁ ଯଦି ସରକାର ଏହି ନିସ୍ପତ୍ତିକୁ ଠିକ୍ ଭାବେ କାର୍ଯ୍ୟକାରୀ କରିପାରିବେ ତେବେ ଅନେକ ଦୁର୍ଘଟଣାକୁ ରୋକାଯାଇ ପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe